• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରକାରୀ ଜମିରୁ ଦିନ ଦ୍ୱିପ୍ରହରରେ ତାଡ଼ି ନେଉଛନ୍ତି ବାଲି! ପ୍ରଶାସନ ନିରବଦ୍ରଷ୍ଟା

by Voice of Victims
September 1, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସରକାରୀ ଜମିରୁ ଦିନ ଦ୍ୱିପ୍ରହରରେ ତାଡ଼ି ନେଉଛନ୍ତି ବାଲି! ପ୍ରଶାସନ ନିରବଦ୍ରଷ୍ଟା

ପୁରୀ/ବ୍ରହ୍ମଗିରି(ଭିଓଭି): ବାଲି ମାଫିଆ ମାନେ ସରକାରୀ ଜମିରୁ ଦିନ ଦ୍ୱିପ୍ରହରରେ ବାଲି ତାଡି ନେଇ କୃତ୍ରିମ ନଦୀ ବନେଇ ସାରିଲେଣି, ହେଲେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଚାପମାଣିକ ପଂଚାୟତ ଅନ୍ତର୍ଗତ ସିପ ସରୁବାଲି ମୌଜାରେ। ବାଲି ହରଚଣ୍ଡି ନିକଟ ମୋଟ ଗ୍ରାମ ଆଦର୍ଶ ବିଦ୍ୟାଳୟ ଏବଂ କାଶିଝରିଆ ଗ୍ରାମ ମଧ୍ୟବର୍ତି ଅଂଚଳରେ ପ୍ରାୟ ୫୫ ଏକର ସରକାରୀ ଜମି ରହିଅଛି। ସେଥିମଧ୍ୟରୁ ପ୍ରାୟ ପାଂଚ ଏକର ଜମିରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଥିବା ବେଳେ ଅବଶିଷ୍ଟ ଜମିକୁ ଜମି ମାଫିଆ ମାନେ ନିଜ ନିଜ ମଧ୍ୟରେ ବାଂଟି ନେଇ ବର୍ତମାନ ସେହି ସବୁ ଜମିରୁ ବାଲି ତାଡ଼ି ବିକ୍ରି କରିବା ଆରମ୍ଭ କରି ଦେଲେଣି। ଦିନ ଦ୍ୱିପ୍ରହରରେ ଶହ ଶହ ଟ୍ରାକ୍ଟର ବାଲି ବୁହା ଚାଲିଛି। ଫଳରେ ଉକ୍ତ ଯାଗାରେ ଏକ ବିରାଟ ନଦୀ ଆକାରର ଗର୍ତ ସୃଷ୍ଟି ହୋଇ ଗଲାଣି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଜେସିବି ଏବଂ ଟ୍ରାକ୍ଟର ଲାଗି ଦିନରେ ଯେତିକି ବାଲି ବୁହା ଯାଉଛି ତାତିରେ ତାଠାରୁ ଅଧିକ ବାଲି ବୁହା ଯାଉଛି। ସାରା ରାତି ବାଲି ବୁହା ଚାଲିଛି। ବାଲି ତାଡି ନେଇ ମାଫିଆ ମାନେ ସେଠାରେ ଏକ ନଦୀ ବନେଇ ସାରିଲେଣୀ। ଉକ୍ତ ସ୍ଥାନ ଯାଉଁ, ଆକାଶିଆ କାଜୁ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ମାଫିଆ ମାନେ ସେହି ସବୁ ଗଛ କାଟିନେବା ପରେ ସେଠାରୁ ବାଲି ତାଡି ନେଉଛନ୍ତି। ଏହା ଦ୍ୱାରା ପରିବେଶ ସନ୍ତୁଳନ ନଷ୍ଟ ହେବା ସହିତ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେବାର ବହୁ ଆଶଙ୍କା ଦେଖା ଦେଲାଣି। ବାଲି ମାଫିଆ ମାନେ ସ୍ଥାନୀୟ ଅଂଚଳର ଗୁଣ୍ଡା ଶ୍ରେଣୀୟ ହୋଇଥିବାରୁ ନିଜ ଜୀବନ ଭୟରେ ସାଧାରଣ ଲୋକ ମାନେ ସେମାନଙ୍କୁ କିଛି କହିବାକୁ ସାହସ କରୁନାହାନ୍ତି। ମାତ୍ର ସ୍ଥାନୀୟ ପୋଲିସ୍‌, ରାଜସ୍ୱ ନିରିକ୍ଷକ ଏବଂ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନେ ସବୁ ଜାଣିକି ବି କିଛି ନଜାଣିଲା ଭଳି ବିଭିନ୍ନ ବାହାନା ଦେଖାଇ ଚୁପ୍ ରହୁଛନ୍ତି। ଏପରି ବାଲି ଚୋରୀକୁ ଯଦି ତୁରନ୍ତ ରୋକା ନଯାଏ ତେବେ ପରବର୍ତୀ ସମୟରେ ଏକ ବିରାଟ ପରିବେଶ ଅସନ୍ତୁଳନ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ତରନ୍ତ ଉକ୍ତ ଜମିରୁ ବାଲି ଚୋରୀକୁ ବନ୍ଦ କରାଯାଇ ସେଠାରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Post Views: 40
Share200Tweet125Send
Voice of Victims

Voice of Victims

Recent Posts

  • ଦାରିଦ୍ର୍ୟର ଦ୍ବାର ଦେଶରେ ପାକିସ୍ତାନ, ଦାରିଦ୍ର୍ୟ ପାଇଁ ଭାଙ୍ଗିଲା ସମସ୍ତ ରେକର୍ଡ
  • ଅଡ଼ୁଆରେ ମମତା, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ପୋଲିସ
  • ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
  • ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ
  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In