• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁଶୁଡିଲା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ

by Voice of Victims
September 15, 2024
in ମୁଖ୍ୟ ଖବର, ରାଜ୍ୟ
ଭୁଶୁଡିଲା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ

ଭୁବନେଶ୍ବର: ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ରେଡ ମଡ ପଣ୍ଡ ଭୁଷିଡି ପଡିଛି। ଫଳରେ ସେହି ଅଞ୍ଚଳରେ ଥିବା ଶହଶହ ଏକର ଜମିରେ ନାଲିପାଣି ମାଡିଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ମୁଖ୍ୟତଃ ବେଦାନ୍ତ କଂପାନୀର ରେଡ ମଡ ପଣ୍ଡର ଠିକଭାବେ ରକ୍ଷାଣ ବେକ୍ଷଣ ହୋଇ ନ ଥିବାରୁ ଏପରି ଅସୁବିଧା ଘଟିଲା ବୋଲି ଅଭିଯୋଗ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଲାଞ୍ଜିଗଡସ୍ଥିତ ବେଦାନ୍ତ କଂପାନୀର ରେଡମଡ ପଣ୍ଡ ବସନ୍ତପଡାରେ ନିର୍ମାଣ କରାଯାଇଛି। ଏହାର ବନ୍ଧକୁ ଠିକ ଭାବେ ତଦାରଖ କରାଯାଇ ନ ଥିବାରୁ ପ୍ରବଳ ବର୍ଷାରେ ତାହା ଭୁଷୁଡି ପଡିଛି। ଏହାଦ୍ବାରା ବସନ୍ତପଡା ସମେତ ବନ୍ଧଗୁଡା, ତୁରିଗୁଡାରେ ହେକ୍ଟର ହେକ୍ଟର ଚାଷ ଜମିରେ କାଦୁଅ ପାଣି ମାଡି ଯାଇଛି। ଲାଲ୍ ମାଟି ପାଣି ମାଡି ଯାଇଥିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବେଦାନ୍ତ କଂପାନୀର ଏପରି ଖାମଖିଆଲ ନୀତି ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ତୁରନ୍ତ ବେଦାନ୍ତ କଂପାନୀ ଏହାର କ୍ଷତିପୂରଣ ଦେଉ ବୋଲି ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି।

Post Views: 25
Share203Tweet127Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In