• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମହିଳାଙ୍କ ‘ଜାତି’ ଏତେ ଅଧିକ ଯେ, ସେମାନେ ଯେକୌଣସି ଆହ୍ୱାନକୁ ସାମନା କରିପାରିବେ: ପ୍ରଧାନମନ୍ତ୍ରୀ

by Voice of Victims
December 9, 2023
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମହିଳାଙ୍କ ‘ଜାତି’ ଏତେ ଅଧିକ ଯେ, ସେମାନେ ଯେକୌଣସି ଆହ୍ୱାନକୁ ସାମନା କରିପାରିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସଂତୃପ୍ତି ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି।ବିହାରର ଦରଭଙ୍ଗାର ଜଣେ ଗୃହିଣୀ ତଥା ଭିବିଏସୱାଇ ହିତାଧିକାରୀ ପ୍ରିୟଙ୍କା ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ ସେ ଏକ ଦେଶ ଏକ ରାସନ କାର୍ଡ ଯୋଜନା, ପିଏମ୍‌ଜିକେଏୱାଇ ଏବଂ ଜନଧନ ଯୋଜନାର ଲାଭ ଉଠାଇଛନ୍ତି, ବିଶେଷ କରି କରୋନା ମହାମାରୀ ସମୟରେ ଏବଂ ଏହା ପରେ ଯେତେବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଥିଲା, ସେ ଏହାର ସୁବିଧା ପାଇଛନ୍ତି । ସେ ଏହି ଅଞ୍ଚଳରେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ସମ୍ପର୍କିତ ଉତ୍ସାହ ବିଷୟରେ ଜଣାଇ ଥିଲେ । ଶ୍ରୀମତୀ ପ୍ରିୟଙ୍କା ଉତ୍ତର ଦେଇଥିଲେ ଯେ ଭିବିଏସୱାଇ ଭ୍ୟାନ ମିଥିଳା ଅଞ୍ଚଳର ପାରମ୍ପରିକ ରୀତିନୀତି ଦ୍ୱାରା ସ୍ୱାଗତ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଲାଭ ତାଙ୍କୁ ତାଙ୍କ ପିଲାଙ୍କ ପାଠପଢ଼ା ଏବଂ ତାଙ୍କ ପରିବାରର ସ୍ୱାସ୍ଥ୍ୟର ଉନ୍ନତ ଯତ୍ନ ନେବାରେ ସକ୍ଷମ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀମତୀ ପ୍ରିୟଙ୍କାଙ୍କୁ ତାଙ୍କ ଗାଁରେ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ ଏବଂ ଦେଶର ପ୍ରତ୍ୟେକ ଗାଁରେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ପହଞ୍ଚୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଯେକୌଣସି ଯୋଜନାକୁ ସଫଳ କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଏହା ପହଞ୍ଚିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ମାଧ୍ୟମରେ ସେ ନିଜେ ଅପହଞ୍ଚ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଏଥିରେ ସାମିଲ କରିବାକୁ ସଂକଳ୍ପବଦ୍ଧ । ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ବିଭାଜନକାରୀ ରାଜନୀତି ବିଷୟରେ ସଚେତନ ହେବାକୁ ଚେତାବନୀ ଦେଇଥିଲେ ଯାହାର ଉଦ୍ଦେଶ୍ୟ ମହିଳା ସମ୍ପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟି କରିବା ବୋଲି ସେ କହିଥିଲେ । “ଆମ ପାଇଁ ମହିଳାମାନେ ଗୋଟିଏ ଜାତି, ଏଥିରେ କୌଣସି ବିଭାଜନ ନାହିଁ’ ବୋଲି ସେ କହିଥିଲେ । ଏହି ଜାତି ଏତେ ବଡ଼ ଯେ ସେମାନେ ଯେକୌଣସି ଆହ୍ୱାନକୁ ଗ୍ରହଣ କରି ପାରିବେ ବୋଳି ସେ ଉଲ୍ଲେଖ କରିଥିଲେ ।

Post Views: 320
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In