• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଲୋକସଭାରୁ ୩ଟି ଅପରାଧିକ ବିଲ୍ ପ୍ରତ୍ୟାହାର: ରାଜ୍ୟସଭାରେ ନୂଆ ବିଲ୍ ଆଗତ କଲେ ଶାହ

by Voice of Victims
December 12, 2023
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଲୋକସଭାରୁ ୩ଟି ଅପରାଧିକ ବିଲ୍ ପ୍ରତ୍ୟାହାର: ରାଜ୍ୟସଭାରେ ନୂଆ ବିଲ୍ ଆଗତ କଲେ ଶାହ

ନୂଆଦିଲ୍ଲୀ: ସଂସଦର ଶୀତ କାଳୀନ ଅଧିବେଶନର ସପ୍ତମ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ତିନିଟି ଅପରାଧିକ ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସେହି ବିଲ୍‍ ସ୍ଥାନରେ ଲୋକସଭାରେ ୩ଟି ନୂଆ ଅପରାଧିକ ବିଲ୍ ଆଗତ ହୋଇଛି। ଶାହ କହିଛନ୍ତି ଯେ ସଂସଦୀୟ କମିଟି ବିଲ୍‍ଗୁଡ଼ିକରେ ପରିବରତ୍ତନ ପାଇଁ ସୁପାରିସ କରିଛି। ସରକାର ପୂର୍ବ ବିଲ୍‍ଗୁଡ଼ିକରେ ସଂଶୋଧନ ଆଣିବା ପରିବର୍ତ୍ତେ ଏହି ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରି ନୂଆ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୧୪-୧୫ରେ ଲୋକସଭାରେ ୩ଟି ନୂଆ ଆଇନଗତ ବିଲ୍ ଉପରେ ଆଲୋଚନା ହେବ। ଡିସେମ୍ବର ୧୪ ତାରିଖ ଗୁରୁବାର ଏହି ବିଲ୍ ଉପରେ ବିତର୍କ ହେବ ଏବଂ ଡିସେମ୍ବର ୧୫ ତାରିଖ ଶୁକ୍ରବାର ମତଦାନ ହେବ ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି ଯେ ମୁଖ୍ୟତଃ ୫ଟି ବିଭାଗରେ ପରିବର୍ତ୍ତନ କରାଯାଇଛି। ଅଧିକାଂଶ ପରିବର୍ତ୍ତନ ବ୍ୟାକରଣ ଏବଂ ଭାଷା ସହିତ ଜଡ଼ିତ । ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ତିନିଟି ବିଲ୍ ଉପରେ ଆଲୋଚନା ପାଇଁ ମୋଟ ୧୨ ଘଣ୍ଟା ସମୟ ଦିଆଯାଇଛି।
ମଙ୍ଗଳବାର ସଂସଦ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ନେହେରୁଙ୍କୁ ନେଇ ଅମିତ ଶାହ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇଥିଲେ। ରାହୁଲ କହିଥିଲେ ଯେ ନେହେରୁଜୀ ଏହି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନେ ବର୍ଷ ବର୍ଷ ଧରି ଜେଲରେ ଥିଲେ। ଅମିତ ଶାହା ଇତିହାସ ଜାଣନ୍ତି ନାହିଁ। ମୁଁ ଆଶା କରେ ନାହିଁ ଯେ ସେ ଇତିହାସ ଜାଣିବେ କାରଣ ସେ ଇତିହାସକୁ ପୁନଃଲିଖିତ କରନ୍ତି। ଏସବୁ ଏକ ବିଭ୍ରାନ୍ତି, ମୂଳ ପ୍ରସଙ୍ଗ ହେଉଛି ଜାତିଗତ ଜନଗଣନା ଓ ଅଂଶଗ୍ରହଣ। ଦେଶର ଟଙ୍କା କାହା ହାତରେ ଯାଉଛି? ସେମାନେ (ବିଜେପି) ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି। ସେ ଭୟଭୀତ ଅଛନ୍ତି ଏବଂ ଏଥିରୁ ଦୂରେଇ ଯାଉଛନ୍ତି। ରାଜ୍ୟସଭାରେ ସିଇସି ଓ ଇସିଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ବିଲ୍ ଧ୍ୱନୀ ମତରେ ପାରିତ ହୋଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରିବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀମାନେ କହିଥିଲେ। ଏହାପରେ ସମସ୍ତ ବିରୋଧୀ ସାଂସଦ ଓ୍ଵାକ୍ ଆଉଟ୍ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ଏହା ନିର୍ବାଚନ ଆୟୋଗ (ନିର୍ବାଚନ କମିଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟ ପରିଚାଳନା) ଆଇନ, ୧୯୯୧ର ସ୍ଥାନ ନେଇଛି। ବିଲ୍ ପାରିତ କରିବା ସମୟରେ ମେଘୱାଲ କହିଛନ୍ତି ଯେ ପୂର୍ବ ଆଇନରେ କିଛି ଦୁର୍ବଳତା ଥିବାରୁ ନୂଆ ଆଇନ ଜରୁରୀ ହୋଇପଡ଼ିଛି। ସୁପ୍ରିମକୋର୍ଟଙ୍କ ରାୟକୁ ଏଡ଼ାଇବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଇସି ନିଯୁକ୍ତ କରିବେ ବୋଲି ଜଣାପଡ଼ିଥିଲା। ପ୍ରଧାନ ବିଚାରପତିଙ୍କ ସ୍ଥାନରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କମିଟିରେ ସାମିଲ କରିବା ନେଇ ଜୋରଦାର ବିବାଦ ସୃଷ୍ଟି ହୋଇଥିଲା। ତେବେ ବିବାଦ ଓ ବିତର୍କ ପରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା।
ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସମୟରେ ସେମାନଙ୍କୁ ନିଯୁକ୍ତ କରୁଥିବା ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ମୁଖ୍ୟ ବିଚାରପତି ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ। ଯଦି ଲୋକସଭାରେ ବିରୋଧୀ ଦଳ ନେତା ନାହାନ୍ତି, ତେବେ ସେ ସବୁଠାରୁ ବଡ଼ ବିରୋଧୀ ଦଳର ନେତା ହେବା ଦରକାର। ସୁପ୍ରିମକୋର୍ଟ କହିଥିଲେ ଯେ ନିର୍ବାଚନ କମିଶନର ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ହେବା ଦରକାର, ଯାହାଦ୍ୱାରା ସ୍ୱଚ୍ଛତା ଆସିପାରିବ। ଏହା ପୂର୍ବରୁ ଷଷ୍ଠ ଦିନ ପାଇଁ ରାଜ୍ୟସଭା କାର୍ଯ୍ୟରେ ହଙ୍ଗାମା ହୋଇଥିଲା। ଗୃହମନ୍ତ୍ରୀ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ପୁନର୍ଗଠନ (ସଂଶୋଧନ) ବିଲ୍-୨୦୨୩ ଉପସ୍ଥାପନ କରିଛନ୍ତି। ସେମାନଙ୍କ ବିରୋଧରେ ଡିଏମକେ ସାଂସଦ ଏମ ଅବଦୁଲ୍ଲା ଦେଶକୁ ବିଭାଜନ କରିବା ନେଇ ପେରିଆରଙ୍କ ମତାମତ ସାମିଲ କରିଥିଲେ। ଏହା ଉପରେ ଅଧ୍ୟକ୍ଷ ଜଗଦୀପ ଧନଖର କଠୋରତା ଦେଖାଇ କହିଛନ୍ତି- ସଂସଦରେ ଦେଶ ବିରୋଧୀ ବକ୍ତବ୍ୟର କୌଣସି ସ୍ଥାନ ନାହିଁ। ଏହି ଦୁଇଟି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଅର୍ଥାତ୍ ଏବେ ଜମ୍ମୁରେ ୪୩, କାଶ୍ମୀରରେ ୪୭ ବିଧାନସଭା ଆସନ ରହିବ। ସିଟ୍ ସଂଖ୍ୟା ୯୦କୁ ବୃଦ୍ଧି ପାଇବ। ସେହିପରି ପିଓକେ ପାଇଁ ୨୪ଟି ଆସନ ସଂରକ୍ଷିତ ରଖାଯାଇଛି। ସଂସଦରେ କାଶ୍ମୀର ପଣ୍ଡିତଙ୍କ ପାଇଁ ୨ଟି ଏବଂ ପିଓକେ ପ୍ରବାସୀଙ୍କ ପାଇଁ ୧ଟି ଆସନ ସଂରକ୍ଷିତ ରହିବ।
ରାଜ୍ୟସଭାରେ ବିତର୍କବେଳେ ଅମିତ ଶାହା ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିରୋଧୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଭୁଲ୍‍ କାହାର ବି ହୋଇପାରେ। ଫେରି ଆସ, ନଚେତ୍ ଯେତିକି ଅଛ ସେତିକି ମଧ୍ୟ ରହିବ ନାହିଁ। କଂଗ୍ରେସ ଏବେବି ୩୭୦ ହଟାଇବା ନିଷ୍ପତ୍ତିକୁ ଭୁଲ୍ ବୋଲି କହୁଛି। ସେମାନେ କେବେ ଭଲ କାମକୁ ସମର୍ଥନ କରନ୍ତି ନାହିଁ। ବାସ୍ତବରେ ଦିନସାରା ଏହି ବିଲ୍ ଉପରେ ବିତର୍କ ଚାଲିଥିବାବେଳେ ବିରୋଧୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି କହୁଥିଲେ। ଅମିତ ଶାହାଙ୍କ ଉତ୍ତର ସମୟରେ ବିରୋଧୀ ମଧ୍ୟ ରାଜ୍ୟସଭାକୁ ବର୍ଜନ କରିଥିଲେ।

Post Views: 335
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In