ରଣପୁର (ଭିଓଭି) : ରଣପୁର ବ୍ଲକ ପରିସରରେ ଥିବା ମିଶନ ଶକ୍ତି ସଭାଗୃହରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ରାଉତରାୟ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତିଲତା ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀଣୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା | ସମସ୍ତ ଅତିଥି ଓ ଉପସ୍ଥିତ ଥିବା ସଦସ୍ୟମାନେ ନିପୁଣ ଓଡିଶା ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାଳୟର ପ୍ରାଥମିକ ସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ତଥା ନିପୁଣତା ହାସଲ କରିବା । ଏହା ସହିତ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଦୃଷ୍ଟି ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା । ଏଥିରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଆଲୁମିନି କମିଟି ସଭାପତି ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ନିଜ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ଉପସ୍ଥାପନା କରିଥିଲେ । ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମ ଓଡିଶାର ସଦସ୍ୟମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ ।

