• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସତ୍ୟବାଦୀରେ ରାଜ୍ୟସ୍ତରୀୟ ସ୍ୱଛତା ହିଁ ସେବା ମହୋତ୍ସବ

by Voice of Victims
September 26, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସତ୍ୟବାଦୀରେ ରାଜ୍ୟସ୍ତରୀୟ ସ୍ୱଛତା ହିଁ ସେବା ମହୋତ୍ସବ

ସତ୍ୟବାଦୀ: (ଦୁର୍ଗେଶ ପ୍ରସାଦ ମିଶ୍ର): ସ୍ୱଛତା ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି କହିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି ଆର ପାଟିଲ। ସତ୍ୟବାଦୀର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଖେଳ ପଡିଆରେ ରାଜ୍ୟ ସ୍ତରୀୟ ସ୍ୱଛତା ହିଁ ସେବା ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାଟିଲ ମହାତ୍ମାଗାନ୍ଧୀ ସ୍ୱଛତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ।୨୦୧୪ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଛତା ପାଇଁ ଲାଲକିଲ୍ଲାରୁ ଆହ୍ଵାନ ଦେବା ବେଳେ କେତେକ ଏହାକୁ ଗ୍ରହଣ କରି ପାରି ନ ଥିଲେ।କିନ୍ତୁ ସେ ଏହାକୁ ସେବା ବୋଲି ଅଭିହିତ କରି ସମସ୍ତଙ୍କ ପାଇଁ ସ୍ୱଛତା କେତେ ଜରୁରୀ ତାହା ପ୍ରତିପାଦିତ କରିଛନ୍ତି।ପରିମଳ ପାଇଁ ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେବା ସହ ରୋଗରେ ପଡୁଥିଲେ ଓ ମୃତ୍ୟୁ ବରଣ ମଧ୍ୟ କରୁଥିଲେ।ବର୍ତ୍ତମାନ ପ୍ରତ୍ୟେକ ଙ୍କ ଘରେ ଶୌଚାଳୟ ହେବା ଦ୍ଵାରା ସମସ୍ତେ ବିଶେଷ କରି ମହିଳା ମାନେ ସର୍ବାଧିକ ଉପକୃତ ହେଉଛନ୍ତି।ଆବାସ ଯୋଜନାରେ ୩ କୋଟି ଗୃହ ଯୋଗାଇ ଦିଆଯିବ।ସେଥିରୁ ଗ୍ରାମାଞ୍ଚଳ ପାଇଁ ୨ କୋଟି ଆବାସ ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ୱଛତା ପାଇଁ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ।ପ୍ରତି ଘରେ ଶୌଚାଳୟ ସହ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଉଛି।ଆଗାମୀ ୨୦୨୫ ଡିସେମ୍ବର ସୁଦ୍ଧା ସମସ୍ତ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଯିବ।ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି କହିବା ସହ ଆଗାମୀ ୬ ମାସ ମଧ୍ୟରେ ସର୍ଭେ କରାଯାଇ ୨୦ ଲକ୍ଷ ଗରିବ ଲୋକ ଙ୍କୁ ଆବାସ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।ଶେଷରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜଳ ଶକ୍ତି ମନ୍ତ୍ରଣାଳୟର ଓଏସଡି ଅଶୋକ କୁମାର ମିନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ ଲୋହାନି ଯୋଗ ଦେଇଥିଲେ।ଏହି ଅବସରରେ ତରଳ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଖୋର୍ଦ୍ଧା ଜିଲ୍ଲା, କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସୁନ୍ଦରଗଡ ଜିଲ୍ଲା, ଗୋଷ୍ଠୀ ସହଭାଗିତା ପାଇଁ ପୁରୀ ଜିଲ୍ଲା ଓ ସାମଗ୍ରିକ ସ୍ୱଛତା ପାଇଁ ନୂଆପଡ଼ା ଜିଲ୍ଲା କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା,ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।ସେହିପରି ପଞ୍ଚାୟତ ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନ୍ଦରଗଡ ଜିଲ୍ଲାର କଚରୁ,ଗଞ୍ଜାମ ଜିଲ୍ଲାର ଚମ୍ପାଖଣ୍ଡି, ନୂଆପଡ଼ା ଜିଲ୍ଲାର ଭାଲେଶ୍ୱର, ଯାଜପୁର ଜିଲ୍ଲାର ସୁଜନପୁର ଓ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ଦୁଃଶାସନ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସଭା ସ୍ଥଳରେ ପ୍ରସ୍ତୁତ ୧୦ ଗୋଟି ପ୍ରଦର୍ଶନୀ ମଣ୍ଡପ କୁ ଅତିଥି ମାନେ ବୁଲି ଦେଖିବା ସହ ସ୍ୱଛତା ମିତ୍ର ଙ୍କୁ ସୁରକ୍ଷା ପିପିକିଟ୍ ପ୍ରଦାନ କରି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପୂର୍ବରୁ ଅତିଥି ମାନେ ସୁଆଣ୍ଡୋ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମ ପୀଠ ପରିଦର୍ଶନ, ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟାଳୟରେ ବ୍ଲକ କଳା ସଂସ୍କୃତି ସଂଘର ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ଓ ମା ଜାଗେଶ୍ଵରୀ ଚଇତାଳି ଘୋଡ଼ା ନୃତ୍ୟ ପରିଷଦ,ମା ତାରିଣୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର କଳାକାର ମାନେ ସୁଆଣ୍ଡୋ ବିଦ୍ୟାଧରପୁର , କଲେଜ ପଡ଼ିଆରେ ସ୍ୱାଗତ କରିଥିଲେ।ବିଦ୍ୟାଧରପୁର ପଞ୍ଚାୟତ ର ବିଭିନ୍ନ ସ୍ୱଛତା ପ୍ରକଳ୍ପ ଦେଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ବିନୀତ ଭରଦ୍ବାଜ ,ଅତିରିକ୍ତ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋର,ଏସ ପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ରାକେଶ କୁମାର ପଣ୍ଡା,ମନୀଷା ଷଡ଼ଙ୍ଗୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି, ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ତହସିଲଦାର ଆଲୋକ କୁମାର ଦେହୁରୀ ଓ ଭାରପ୍ରାପ୍ତ ନିରୀକ୍ଷକ ଉମେଶ ଚନ୍ଦ୍ର ବେହେରା ପ୍ରମୁଖ ସ୍ଥାନୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ପ୍ରଥମରୁ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଯୋଗ ଦେବା ର ଥିଲେ ମଧ୍ୟ ଅନିବାର୍ଯ୍ୟ କାରଣ ବଶତଃ ସେ ଅନୁପସ୍ଥିତ ରହିଥିଲେ।

Post Views: 71
Share199Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In