• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସତ୍ୟନଗର ଜାଭିୟର୍ସ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବେଆଇନ୍ ଭାବେ ସ୍କୁଲ୍ ସ୍ଥାନାନ୍ତରିତ କରିବାକୁ ନେଇ ଅଭିଭାବକମାନଙ୍କ ଆନ୍ଦୋଳନ

by Voice of Victims
September 30, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସତ୍ୟନଗର ଜାଭିୟର୍ସ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବେଆଇନ୍ ଭାବେ ସ୍କୁଲ୍ ସ୍ଥାନାନ୍ତରିତ କରିବାକୁ ନେଇ ଅଭିଭାବକମାନଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର ସ୍ଥିତ ଜାଭିୟର୍ସ ସ୍କୁଲ କର୍ତ୍ତୃପକ୍ଷ ସରକାରଙ୍କ ନିତୀ ନିୟମକୁ ଉଲ୍ଲଂଘନ କରି ସ୍କୁଲ କୁ ସଂପୂର୍ଣ୍ଣ ବନ୍ଦ କରି ୬୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ଖଣ୍ଡଗିରୀ ରେ ଥିବା ଆଉଏକ ଶାଖା କୁ ନେବାପାଇଁ ଚାପ ପ୍ରୟୋଗ କରୁଛନ୍ତି, ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ସତ୍ୟନଗର ସ୍ଥିତ ସ୍କୁଲ୍ ଟି ଦୀର୍ଘଦିନ ଧରି ଭଡ଼ା ଗୃହରେ ଚାଲୁଥିଲା ଏବଂ ସରକାରୀ ସ୍ଵୀକୃତି ପାଇଥିଲା। ସତ୍ୟନଗର ଏବଂ ଆଖପାଖ ର ପିଲାମାନେ ସେଠାରେ ଶିକ୍ଷାଲାଭ କରୁଥିଲେ। ଶିକ୍ଷା ଅଧିକାର ଆଇନ-୨୦୦୯ ଅନୁଯାୟୀ ପ୍ରାଥମିକ ଶ୍ରେଣୀର ପିଲାମାନେ ନିକଟତମ ସ୍କୁଲରେ ଶିକ୍ଷାଲାଭ କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଅଛି। ଏହାକୁ ଉପେକ୍ଷା କରି ସତ୍ୟନଗରରୁ ଖଣ୍ଡଗିରି ଦୀର୍ଘ ବାଟକୁ ପିଲାମାନଙ୍କୁ ନେବାକୁ ବାଧ୍ୟ କରିବା ସରକାରଙ୍କ ନିୟମକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି। ଏ ସମ୍ପର୍କରେ ଅଭିଭାବକମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଚାହୁଁଥିବା ବେଳେ କର୍ତୃପକ୍ଷଙ୍କ ତରଫରୁ ଧମକ ଚମକ ଦିଆଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଖଣ୍ଡଗିରି ଶାଖା ବିଦ୍ୟାଳୟଟି ମଧ୍ୟ ଭଡ଼ାଘରେ ଚାଲୁଛି ଏବଂ ସରକାରଙ୍କ ଓଡିଶା ଗେଜେଟ ୧୯୯୮ ଅନୁଯାୟୀ ବିଦ୍ୟାଳୟର ନିଜସ୍ଵ ଜାଗା ନଥିଲେ ମାଧ୍ୟମିକ ଶିକ୍ଷା ନିମନ୍ତେ ଅନୁମତି ମିଳିବନାହିଁ। ବର୍ତ୍ତମାନ ଜଣାପଡିଛି ସ୍କୁଲ୍ କର୍ତ୍ତୃପକ୍ଷ ଚଞ୍ଚକତା କରି କିଛି ଅସାଧୁ ଅଧିକାରୀଙ୍କ ସହଯୋଗରେ ଭଡ଼ାଘରେ ମଧ୍ୟ ମାଧ୍ୟମିକ ଶିକ୍ଷା ନିମନ୍ତେ ଅନୁମତି ହାସଲ କରିଛନ୍ତି ଏବଂ ଧାର୍ଯ୍ୟ ନିୟମଠାରୁ ବହୁ ଅଧିକ ସଂଖ୍ୟକ ପିଲା ପଢୁଛନ୍ତି। ଖେଳ ପଡିଆ ନାହିଁ। ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ ଅଧିନରେ ଆସୁଥିବା ବିଦ୍ୟାଳୟ ପରିସରରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ବେଆଇନ୍ ନିର୍ମାଣ ମଧ୍ୟ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ଥିବା ନିର୍ଦେଶନାମାକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି। ସତ୍ୟନଗର ଅଭିଭାବକ ସଂଘର କର୍ମକର୍ତ୍ତା ଏ ସମ୍ବନ୍ଧରେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘକୁ ଅଭିଯୋଗ କରିବା ପରେ ଆଜି ମହାସଂଘର ସଭାପତି ଭୂମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍, ସ୍କୁଲ ଅଭିଭାବକ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବାପରେ ମହାସଂଘ ତରଫରୁ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ସଚିବଙ୍କୁ ଅବଗତ କରାଯାଇଛି। ସରକାରୀ ସ୍ତରରେ ଆଇନ୍ ଅନୁଯାୟୀ ଯାହା କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଆଜିର ବୈଠକରେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘର ଉପସଭାପତି ଶଙ୍କର ସାମନ୍ତରାୟ, ସାଧାରଣ ସମ୍ପାଦକ ପ୍ରଦୀପ୍ତ ମିଶ୍ର, ଜିଲ୍ଲା ସଭାପତି ଅନନ୍ତ ରାଉତ, ସଂପାଦକ ଆର୍ତ୍ତତ୍ରାଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Post Views: 149
Share220Tweet138Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In