• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟି ସମ୍ମିଳନୀ

by Voice of Victims
October 5, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟି ସମ୍ମିଳନୀ

ରଣପୁର (ଭିଓଭି) : ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରଣପୁର ଆଞ୍ଚଳିକ କମିଟି ସମ୍ମିଳନୀ ପଟିଆ ପଞ୍ଚାୟତର କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଜିଲ୍ଲାର ବରିଷ୍ଠ ସାଥୀ ବିଶ୍ବନାଥ ମହାପାତ୍ର | ସେ ତାଙ୍କ ବକ୍ତବ୍ୟରେ କହିଥିଲେ ବିଶ୍ଵ ସାମ୍ରାଜ୍ୟ ବାଦି ନିଜ ସ୍ଵାର୍ଥ ପାଇଁ ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି, ଆମେରିକା ସହଯୋଗ ରେ ଇସ୍ରାଏଲ ପାଲେଷ୍ଟାଇନ ଗାଜା ଉପରେ ଆକ୍ରମଣ କରି ନିରିହ ଲୋକଙ୍କୁ ହତ୍ୟା କରୁଛି ତାହା ବିରୋଧ ରେ ଜନସାଧାରଣ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଛନ୍ତି ସେହିଭଳି ଆମ ଦେଶରେ ମୋଦି ସରକାର ତାର ତୃତୀୟ ପାଳି ସହିତ ଆମ ରାଜ୍ୟରେ ବିଜେପି ସରକାର ଚାଲୁଛି ଅଳ୍ପ ଝୁଣ୍ଟୁଛି ବେଶି। ସେଥିମଧ୍ୟରୁ ସୁଭଦ୍ରା ଯୋଜନା ମାଧ୍ୟମରେ ଦୁଇ ବର୍ଷ ରେ ୫୦ହଜର ଟଙ୍କା ଦେବାକୁ କହି ବର୍ଷ କୁ ଦଶ ହଜାର ୫ ବର୍ଷ ରେ ୫୦ ହଜାର ଦେବା ଆରମ୍ଭ କରିଛନ୍ତି ଏଥିରେ କିପର ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ,୩୦୦ ଇଉନିଟ୍ ମାଗଣା ବିଜୁଳି,୨୪ ଘଣ୍ଟା ରେ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କୁଆଡ଼େ ଗଲା, ବାର୍ଦ୍ଧକ୍ୟ ବିଧବା ଭିନ୍ନକ୍ଷମ ଭତା ୩୦୦୦. କୁଆଡ଼େ ଗଲା ଅପର ପକ୍ଷରେ ଖଣି ବିମାନ ବନ୍ଦର ଗୋପାଳପୁର ବନ୍ଦରକୁ ଆଦାନୀ କୁ ବିକ୍ରି କରି ସାରିଲେଣି ଏହା ବିରୋଧରେ ଅଇକ୍ୟା ବଦ୍ଦ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ । ଆଞ୍ଚଳିକ କମିଟି ସଂପାଦକ ନିତ୍ୟାନନ୍ଦ ପରିଡ଼ା ସମ୍ପାଦକିୟ ବିବରଣୀ ପ୍ରଦାନ କରିଥିଲେ।ଏହା ଉପରେ ୯ଜଣ ସାଥୀ ଆଲୋଚନା କଲାପରେ ଆଗାମୀ ଦିନରେ ଜନସାଧାରଣଙ୍କ ସମାସ୍ୟା ଉପରେ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦିଆ ଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ବକ୍ତବ୍ୟ ରଖିଥିଲେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ, ଦୁଃଶାସନ ଜେନା ଗଦାଧର ପ୍ରଧାନ, ଶୁଶିଲ ମାହାନ୍ତି,ରଜତ ଜେନା ବିଜୟ କୁମାର ଜେନା ମହେନ୍ଦ୍ର କୁମାର ସାହୁ ବିନୋଦ ନାୟକ ଜୋଗି ନାୟକ ପ୍ରମୁଖ,। ଆଗାମୀ ୩ ବର୍ଷ ପାଇଁ ନିତ୍ୟାନନ୍ଦ ପରିଡ଼ା ସମ୍ପାଦକ ଥାଇ ଏକ ୯ ଜଣିଆ ଆଞ୍ଚଳିକ କମିଟି ଗଠନ କରାଯାଇଛି। ଆଗାମୀ ଜିଲ୍ଲା ସମ୍ମିଳନୀ ନଭେମ୍ବର ୧୭,୧୮ ରଣପୁର ଠାରେ ଅନୁଷ୍ଠିତ ହେବ ଏହାକୁ ସଫଳ କରିବା ପାଇଁ ଆହ୍ୱାନ କରଯାଇଥିଲା।

Post Views: 46
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In