• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ନୋବେଲ୍‌

by Voice of Victims
October 8, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପଦାର୍ଥ ବିଜ୍ଞାନରେ ୨ ବୈଜ୍ଞାନିକଙ୍କୁ ନୋବେଲ୍‌

ଷ୍ଟକହୋମ୍‌: ୨୦୨୪ ବର୍ଷର ନୋବେଲ୍ ସମ୍ମାନ ପାଇଁ ପଦାର୍ଥ ବିଜ୍ଞାନ (ଫିଜିକ୍ସ) କ୍ଷେତ୍ରରେ ଉତ୍କର୍ଷତା ତଥା ସଫଳତା ପୂର୍ବକ ନୂଆ ଆବିଷ୍କାର ପାଇଁ ୨ ବିଶିଷ୍ଟ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ଚଳିତ ବର୍ଷ ଆମେରିକୀୟ ବୈଜ୍ଞାନିକ ଜନ୍ ହୋପ୍‌ଫିଲ୍ଡ ଓ ବ୍ରିଟେନ-କାନାଡା ବୈଜ୍ଞାନିକ ଜେଫ୍ରି ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନ ବା ଫିଜିକ୍ସରେ ନୋବେଲ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୌଳିକ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ଏକାଡେମୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୨୩ରେ ଫିଜିକ୍ସ କ୍ଷେତ୍ରରେ ପିଏରେ ଅଗଷ୍ଟିନି, ଫେରେନ୍ସ କ୍ରାଉସ୍ ଏବଂ ଆନ୍ ଲ’ହୁଇଲିୟରଙ୍କୁ ମିଳିତ ଭାବେ ନୋବେଲ୍ ସମ୍ମାନ ପ୍ରଦାନ କରାଯାଇଥିଲା। ଇଲେକ୍ଟ୍ରୋନ ଉପରେ ଅଧ୍ୟୟନ ପାଇଁ ଏହି ବିଶିଷ୍ଟ ୩ଜଣ ବୈଜ୍ଞାନିକଙ୍କୁ ନୋବେଲ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜେଫ୍ରି ହିଣ୍ଟନଙ୍କୁ କୃତ୍ରିମ ବୁଦ୍ଧିମତା (ଏଆଇ)ର ଗ୍ରାଣ୍ଡ୍‌ଫାଦର ବୋଲି ବିବେଚନା କରାଯାଏ। ସେ ଆବିଷ୍କାର କରିଥିବା କୁତ୍ରିମ ବୁଦ୍ଧିମତା (ଏଆଇ) ସମାଜ ଉପରେ କିପରି ଏହାର ନକାରାତ୍ମକ ପ୍ରଭାବ ପକାଇବ ସେ ପୂର୍ବରୁ ଆଭାସ ଦେଇସାରିଛନ୍ତି। ହିଣ୍ଟନଙ୍କ କହିବାନୁସାରେ ଏଆଇ ଜନିତ ଅନେକ ସମ୍ଭାବ୍ୟ ଖରାପ ପରିଣାମ ବିଷୟରେ ଆମକୁ ସତର୍କ ରହିବାକୁ ହେବ, ଏଦିଗରେ ଚିନ୍ତା କରିବାକୁ ପଡିବ। ବିଶେଷ କରି ଏହି ଜିନିଷଗୁଡିକ ନିୟନ୍ତ୍ରଣ ବାହାରକୁ ଆସିବାର ଆଶଙ୍କା ରହିଛି। କିନ୍ତୁ ସ୍ୱାସ୍ଥ୍ୟସେବା ଭଳି ଅନେକ କ୍ଷେତ୍ରରେ ଏଆଇ ଚମତ୍କାର ପରିଣାମଦାୟୀ ସାବ୍ୟସ୍ତ ହେବ। ଜେଫ୍ରି ହିଣ୍ଟନ୍ ଏକ ପଦ୍ଧତି ଆବିଷ୍କାର କରିଥିଲେ ଯାହା ସ୍ୱୟଂଚାଳିତ ଭାବରେ ଡାଟାରେ ଗୁଣ ଖୋଜିପାରିବ ତେଣୁ ଫଟୋରେ ନିର୍ଦ୍ଦିଷ୍ଟ ଉପାଦାନଗୁଡିକ ଚିହ୍ନଟ କରିବା ଭଳି କାର୍ଯ୍ୟ ସମ୍ପାଦନ କରିପାରିବ। ସେହିପରି ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ୯୧ ବର୍ଷୀୟ ପ୍ରଫେସର ହୋପଫିଲ୍ଡ ଏକ ଆସୋସିଏଟିଭ୍ ମେମୋରୀ ସୃଷ୍ଟି କରିଛନ୍ତି ଯାହା ଚିତ୍ର ଏବଂ ଅନ୍ୟାନ୍ୟ ପ୍ରକାରର ଢାଞ୍ଚାଗୁଡ଼ିକୁ ତଥ୍ୟରେ ସଂରକ୍ଷଣ ଏବଂ ପୁନଃନିର୍ମାଣ କରିପାରିବ ବୋଲି ପୁରସ୍କାର ପ୍ରଦାନ କରୁଥିବା ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ କହିଛି। ୨୦୨୪ ବର୍ଷ ପାଇଁ ନୋବେଲ୍ ସମ୍ମାନ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନକ ପୂର୍ବେ ଭେଷଜ ବିଜ୍ଞାନ (ମେଡ଼ିସିନ) ପାଇଁ ୨ ଆମେରିକୀୟ ବୈଜ୍ଞାନିକ (ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ) ଙ୍କ ନାମ ଘୋଷଣା କରାଯାଇଥିଲା। ମାଇକ୍ରୋ ଆର୍‌ଏନ୍‌ଏ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କାରୋଲିନସ୍କା ଇନଷ୍ଟିଚ୍ୟୁଟ୍‌ର ନୋବେଲ ଏକାଡେମୀ ପକ୍ଷରୁ ସୂଚୀତ କରାଯାଇଥିଲା। ଆଜି ପଦାର୍ଥ ବିଜ୍ଞାନ ପାଇଁ ୨ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା କାଲି ଅର୍ଥାତ୍ ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବାକୁ ଥିବା ବେଳେ ଅର୍ଥନୀତି କ୍ଷେତ୍ରରେ ଅକ୍ଟୋବର ୧୪ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ପ୍ରକାଶ, ପ୍ରତିବର୍ଷ ୫ଟି କ୍ଷେତ୍ର (ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି)ରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ସ୍ୱିଡେନର ବିଶିଷ୍ଟ ରସାୟନବିତ୍‌, ବୈଜ୍ଞାନିକ, ବ୍ୟବସାୟୀ ଏବଂ ସର୍ବୋପରି ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ପ୍ରତିବର୍ଷ ଏହି ନୋବେଲ ପୁରସ୍କାର ପ୍ରଦାନ କରାଯାଇଆସୁଛି। ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ରହିଥିବା ବେଳେ ଏହି ଅବସରରେ ୫ କ୍ଷେତ୍ର ପାଇଁ ଯୋଗ୍ୟତମ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Post Views: 34
Share197Tweet123Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In