• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭିନ୍ନ ତୈଳ ଓ ଗ୍ୟାସ ବିତରକଙ୍କ ସହ ଆଲୋଚନା: ଖାଉଟିମାନଙ୍କୁ ସଠିକ୍‌ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ

by Voice of Victims
October 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭିନ୍ନ ତୈଳ ଓ ଗ୍ୟାସ ବିତରକଙ୍କ ସହ ଆଲୋଚନା: ଖାଉଟିମାନଙ୍କୁ ସଠିକ୍‌ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟର ବିଭିନ୍ନ ପେଟ୍ରୋଲ, ଡିଜେଲ୍‌ ଏବଂ ଏଲ୍‌ପିଜି ବିତରକ ଏବଂ ସଂପୃକ୍ତ ଅନ୍ୟାନ୍ୟ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଜି ଆଲୋଚନା କରିଛନ୍ତି । ନୟାପଲ୍ଲୀସ୍ଥିତ ଓଡ଼ିଶା ରାଜ୍ୟ ଖାଦ୍ୟଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୟୀୟ ଅଧିକାରୀ, ବିଭିନ୍ନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି-ଓଡ଼ିଶା ଶାଖାର ପ୍ରତିନିଧି, ଉତ୍କଳ ପ୍ରେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର କର୍ମକର୍ତ୍ତା, ବିଭିନ୍ନ ବିତରକ ସଂଘର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଖାଉଟିମାନଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରତ୍ୟେକ ଖାଉଟି ଯେଭଳି ସଠିକ ପରିମାଣ ଏବଂ ଗୁଣାତ୍ମକ ତୈଳ ଓ ଗ୍ୟାସ ସାମଗ୍ରୀ ପାଇପାରିବେ ଏହା ଉପରେ ସଂପୃକ୍ତ ବିତରକ ସଂସ୍ଥା ଦୃଷ୍ଟି ଦେବା ଆବଶ୍ୟକ । ଏଥି ସହ ଉକ୍ତ ସଂସ୍ଥା ପକ୍ଷରୁ ପ୍ରତ୍ୟେକ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ । ଗ୍ୟାସ ବୁକିଂର ୪୮ ଘଣ୍ଟା ମଧ୍ୟରେ ଖାଉଟିମାନଙ୍କ ନିକଟରେ ଗ୍ୟାସ ପହଞ୍ଚିପାରିବ ସେ ଦିଗରେ ଯତ୍ନବାନ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଏଥି ନିମନ୍ତେ ପୂର୍ବ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ ।ଏହାର ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ । ଏଥି ସହ ଗ୍ୟାସର କଳାବଜାରୀ ଏବଂ ତୈଳ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ ଜାରି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ କମର୍ସି ଆଲ ଗ୍ୟାସ ପରିବର୍ତ୍ତେ ଘରୋଇ ଗ୍ୟାସ ବ୍ୟବହାର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଳାବଜାରୀକୁ ରୋକିବାକୁ ଓଟିପି ପର୍ଯ୍ୟବେସିତ ସେବା ଯୋଗାଣକୁ ବ୍ୟବସାୟୀ ସଙ୍ଘ ଗୁରୁତ୍ୱ ଦେଇଥିଲେ । କମ୍ପାନୀ ସାମାଜିକ ଦାୟିତ୍ୱବୋଧ ଅଧିନସ୍ଥ ପାଣ୍ଠିକୁ ସଦବିନିଯୋଗ କରିବା, କର୍ମଚାରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବୀମା ଲାଗୁ କରିବା, ଭିନ୍ନକ୍ଷମ ଯୁବକ ଯୁବତୀ ମାନଙ୍କ ନିମନ୍ତେ ସହଯୋଗ ପ୍ରଦାନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ବିଭିନ୍ନ ବିତରକ ସଂସ୍ଥାଗୁଡ଼ିକର ସମସ୍ୟା ଏବଂ ଖାଉଟିମାନଙ୍କ ଅଭିଯୋଗଗୁଡ଼ିକ ତ୍ୱରିତ ସମାଧାନ ଉପରେ କାର୍ଯ୍ୟକରିବା ନେଇ ଆଲୋଚନା ହୋଇଥିଲା । ପ୍ରେଟ୍ରୋଲ ଟାଙ୍କିଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥାକୁ ଟାଙ୍କି ମାଲିକମାନେ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଆଜିର ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ ନାୟକ, ଉପନିର୍ଦ୍ଦେଶକ ଶ୍ରୀ ଦୀପକ ଶତପଥୀ, ବୈଧ ମାପ ଓ ଓଜନ ବିଭାଗର ବରିଷ୍ଠ ନିୟନ୍ତ୍ରକ ଶ୍ରୀ ହରିଶଙ୍କର ପଟ୍ଟନାୟକ, ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର ସାଧାରଣ ସଂପାଦକ ଶ୍ରୀ ସଂଜୟ ଲାଠ୍‌, ସଭାପତି ଶ୍ରୀ ବିଶ୍ୱଜିତ ପଟ୍ଟନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In