• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ଜାରି ରହିବ ମାଗଣା ଭିଟାମିନଯୁକ୍ତ ଚାଉଳ ଯୋଗାଣ

by Voice of Victims
October 9, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ଜାରି ରହିବ ମାଗଣା ଭିଟାମିନଯୁକ୍ତ ଚାଉଳ ଯୋଗାଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସମେତ ସରକାରଙ୍କ ସମସ୍ତ ଯୋଜନା ଅଧୀନରେ ଭିଟାମିନଯୁକ୍ତ ଚାଉଳର ସାର୍ବଜନୀନ ଯୋଗାଣ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ ମିଳିଛି। ପିଏମଜିକେଏୱାଇ (ଖାଦ୍ୟ ସବସିଡି)ର ଏକ ଅଂଶ ଭାବରେ ଭାରତ ସରକାରଙ୍କ ଦ୍ୱାରା ୧୦୦% ପାଣ୍ଠି ସହିତ ଭିଟାମିନଯୁକ୍ତ ଚାଉଳ ଅଭିଯାନ ଏକ କେନ୍ଦ୍ରୀୟ କ୍ଷେତ୍ରର ପଦକ୍ଷେପ ଭାବରେ ଜାରି ରହିବ; ଯାହା କାର୍ଯ୍ୟକାରୀ କରିବା ପାଇଁ ଏକ ସମନ୍ୱିତ ସଂସ୍ଥାଗତ ବ୍ୟବସ୍ଥା ପ୍ରଦାନ କରିବ। ତଦନୁଯାୟୀ, ଦେଶରେ ପୁଷ୍ଟିକର ନିରାପତ୍ତାର ଆବଶ୍ୟକତା ଉପରେ ୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁଯାୟୀ, ଦେଶରେ ରକ୍ତହୀନତା ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟଅଭାବ ଦୂର କରିବା ପାଇଁ “ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ (ଟିପିଡିଏସ୍‌), ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା, ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌), ପିଏମ୍ ପୋଷଣ (ପୂର୍ବ ଏମଡିଏମ)’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଏପ୍ରିଲ ୨୦୨୨ରେ ପର୍ଯ୍ୟାୟକ୍ରମେ ମାର୍ଚ୍ଚ ୨୦୨୪ ସୁଦ୍ଧା ସମଗ୍ର ଦେଶରେ ଚାଉଳରେ ଭିଟାମିନ ମିଶ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲା । ତିନିଟି ଯାକ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି ଏବଂ ସରକାରଙ୍କ ସମସ୍ତ ଯୋଜନାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ପାଇଁ ସାର୍ବଜନୀନ ଯୋଗାଣ ଲକ୍ଷ୍ୟ ମାର୍ଚ୍ଚ ୨୦୨୪ ସୁଦ୍ଧା ହାସଲ କରାଯାଇଛି । ୨୦୧୯ରୁ ୨୦୨୧ ମଧ୍ୟରେ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ-୫) ଅନୁଯାୟୀ, ରକ୍ତହୀନତା ଭାରତରେ ଏକ ବ୍ୟାପକ ସମସ୍ୟା ହୋଇ ରହିଛି, ଯାହା ବିଭିନ୍ନ ବୟସ ବର୍ଗ ଏବଂ ଆୟ ସ୍ତରରେ ଶିଶୁ, ମହିଳା ଏବଂ ପୁରୁଷମାନଙ୍କୁ ପ୍ରଭାବିତ କରୁଛି । ଲୌହ ଅଭାବ ବ୍ୟତୀତ ଭିଟାମିନ୍ ବି୧୨ ଓ ଫୋଲିକ୍ ଏସିଡ୍ ଭଳି ଅନ୍ୟ ଭିଟାମିନ୍ ଓ ଖଣିଜ ଅଭାବ ମଧ୍ୟ ବଜାୟ ରହିଥାଏ, ଯାହା ଜନସଂଖ୍ୟାର ସାମଗ୍ରିକ ସ୍ୱାସ୍ଥ୍ୟ ଓ ଉତ୍ପାଦକତାକୁ ପ୍ରଭାବିତ କରିଥାଏ। ଅସୁରକ୍ଷିତ ଜନସଂଖ୍ୟାରେ ରକ୍ତହୀନତା ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ କୁପୋଷଣର ସମାଧାନ ପାଇଁ ଏକ ସୁରକ୍ଷିତ ଏବଂ ପ୍ରଭାବଶାଳୀ ପଦକ୍ଷେପ ଭାବରେ ଭିଟାମିନଯୁକ୍ତ ଖାଦ୍ୟ ବିଶ୍ୱସ୍ତରରେ ବ୍ୟବହୃତ ହୋଇଛି । ଭାରତୀୟ ପରିପ୍ରେକ୍ଷୀରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯୋଗାଣ ପାଇଁ ଏକ ଆଦର୍ଶ ଖାଦ୍ୟ ଭାବେର ଭାରତର ୬୫% ଲୋକ ଚାଉଳକୁ ମୁଖ୍ୟ ଖାଦ୍ୟ ଭାବରେ ଗ୍ରହଣ କରନ୍ତି । ଚାଉଳ ଭିଟାମିନ ମିଶ୍ରଣ ରେ ନିୟମିତ ଚାଉଳ (କଷ୍ଟମ ମିଲ୍ଡ ରାଇସ୍‌) ରେ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁଯାୟୀ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ (ଆଇରନ୍‌, ଫୋଲିକ୍ ଏସିଡ୍‌, ଭିଟାମିନ୍ ବି ୧୨) ରେ ସମୃଦ୍ଧ ଫର୍ଟିଫାଇଡ୍ ରାଇସ୍ କର୍ନେଲ୍ସ (ଏଫ୍‌ଆର୍କେ) ସାମିଲ ହୋଇଥାଏ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In