• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରେପୋ ରେଟ୍ ଅପରିବର୍ତ୍ତିତ: ଇଏମ୍‌ଆଇ ଉପଭୋକ୍ତା ଆଶ୍ୱସ୍ତ, ବଢ଼ିଲା ୟୁପିଆଇ କାରବାର ସୀମା

by Voice of Victims
October 9, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ରେପୋ ରେଟ୍ ଅପରିବର୍ତ୍ତିତ: ଇଏମ୍‌ଆଇ ଉପଭୋକ୍ତା ଆଶ୍ୱସ୍ତ, ବଢ଼ିଲା ୟୁପିଆଇ କାରବାର ସୀମା

ନୂଆଦିଲ୍ଲୀ: ଅକ୍ଟୋବର ମାସ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏଥର ମଧ୍ୟ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଫଳରେ ହୋମ୍ ଲୋନ୍‌, କାର ଲୋନ୍‌, ଅନ୍ୟ ଇଏମ୍‌ଆଇ ହିତାଧିକାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ଏସମ୍ପର୍କରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ତଥା ଏମ୍‌ପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ କହିଛନ୍ତି, ମୁଦ୍ରା ନୀତି କମିଟି କ୍ରମାଗତ ୧୦ମ ଥର ପାଇଁ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି ଏବଂ ଏହା ପୂର୍ବବତ ୬.୫%ରେ ସୀମିତ ରହିଛି। ସେହିପରି ରିଭର୍ସ ରେପୋ ରେଟ୍ ମଧ୍ୟ ୩.୩୫% ଓ ବ୍ୟାଙ୍କ ରେଟ୍ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରାଲ ରଖାଯାଇଛି। ଅନ୍ୟପକ୍ଷେ ୟୁପିଆଇ କାରବାର ସମ୍ପର୍କରେ ମଧ୍ୟ ଏମ୍‌ପିସି ବୈଠକରେ ଏକ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆର୍‌ବିଆଇ ଏବେ ୟୁପିଆଇ ଲାଇଟ୍ ୱାଲେଟର ସୀମାକୁ ବୃଦ୍ଧି କରିଛି। ପ୍ରତି ୟୂପିଆଇ କାରବାର ସୀମା ବର୍ତ୍ତମାନ ୫,୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯେଉଁଠାରେ ୟୁପିଆଇ ଲାଇଟ୍ ୱାଲେଟର ସୀମା ୨ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତି କାରବାରରେ ୟୁପିଆଇ ଲାଇଟ୍ ୱାଲେଟ୍ ସୀମା ୫୦୦ରୁ ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଡିଜିଟାଲ୍ ଦେୟକୁ ପ୍ରୋତ୍ସାହିତ କରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ପ୍ରକାଶ, ୟୁପିଆଇ ଲାଇଟ୍ ମାଧ୍ୟମରେ, ଉପଭୋକ୍ତା ପିନ୍ ପ୍ରବେଶ ନ କରି ଦେୟ ବିକଳ୍ପ ପାଇଥାନ୍ତି। ଅନେକ ଲୋକ ଛୋଟ ଦେୟ ଦେବା ପାଇଁ ୟୁପିଆଇ ଲାଇଟ୍ ବ୍ୟବହାର କରିଥାନ୍ତି। ଏଥିପାଇଁ ପ୍ରତି କାରବାରର ସୀମା ୫୦୦ଟଙ୍କା ଥିଲା, ବର୍ତ୍ତମାନ ଏହାକୁ ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ୟୁପିଆଇ ଲାଇଟ୍ ୱାଲେଟର ସୀମାକୁ ୫୦୦୦ଟଙ୍କାକୁ ବୃଦ୍ଧି କରିବା ଦ୍ୱାରା ଉପଭୋକ୍ତାମାନଙ୍କ ପାଇଁ କାରବାର କରିବା ସହଜ ହେବ ବୋଲି ଆରବିଆଇ କହିଛି। ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ୟୁପିଆଇ ୧୨୩ ପେ ବିକଳ୍ପ ଉପଲବ୍ଧ। ଏହା ମାଧ୍ୟମରେ ଉପଭୋକ୍ତାମାନେ ଇଣ୍ଟରନେଟ୍ ବିନା ଫୋନରେ ମଧ୍ୟ ୟୁପିଆଇ କାରବାରର ସୁବିଧା ପାଇଥାନ୍ତି। ପୂର୍ବରୁ ଏହାର ସୀମା ୫ ହଜାର ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆରବିଆଇ ଏମ୍‌ପିସି ବୈଠକ ଗତ ସୋମବାର ଅର୍ଥାତ୍ ୭ ତାରିଖ ଠାରୁ ଆରମ୍ଭ ହୋଇଛି। ଏହି ମାସ ଆରମ୍ଭରେ ସରକାର ଏମ୍‌ପିସି – ଭାରତର ରିଜର୍ଭ ବ୍ୟାଙ୍କର ରେଟ୍ ସେଟିଂ କମିଟି ପୁର୍ନଗଠନ କରିଥିଲେ। ଏଥର କମିଟି ୩ଜଣ ନୂତନ ନିଯୁକ୍ତ ବାହ୍ୟ ସଦସ୍ୟଙ୍କ ସହ ଏହି ବୈଠକ କରିଛନ୍ତି। ତେବେ ଚଳିତ ଏମ୍‌ପିସି ବୈଠକ ଉପରେ ଭାରତୀୟ ବଜାର ତୀକ୍ଷ୍ମ ଦୃଷ୍ଟି ନିବଦ୍ଧ ରଖିଥିଲା। କାରଣ ପୂର୍ବ ୯ଟି ବୈଠକରେ ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୬.୫୦%ରେ ସ୍ଥିର ରଖିଆସୁଥିଲା। ଏଥର ସାମାନ୍ୟ ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ସେପରି କିଛି ବି ହୋଇନାହିଁ। ଏଥର ମଧ୍ୟ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ତେବେ ଚଳିତ ଏମ୍‌ପିସି ବୈଠକରେ ଆରବିଆଇ ଆର୍ôଥକ ଅଭିବୃଦ୍ଧିର ଆବଶ୍ୟକତା ସହିତ ମୁଦ୍ରାସ୍ଫୀତି ଚିନ୍ତାଧାରାକୁ ସନ୍ତୁଳିତ କରିବା ପାଇଁ ଏକ ବୃହତ୍ ସତର୍କତା ଅବଲମ୍ବନ କରିଛି। ଏଥର ଏମ୍‌ପିସି ବିଚାର କରୁଥିବା ମୁଖ୍ୟ କାରଣଗୁଡ଼ିକ ହେଉଛି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଚାପ, ବିଶେଷକରି ଖାଦ୍ୟ ମୂଲ୍ୟ ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା। ସୂଚନାଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ୨୦୨୩ ଠାରୁ ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିଛି। ଆରବିଆଇର ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ସେୟାର ମାର୍କେଟରୁ ଏହାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ) ଇଣ୍ଡେକ୍ସ ସେନସେକ୍ସ ୫୦୦ ପଏଣ୍ଟକୁ ବୃଦ୍ଧି ପାଇଛି। ଏଥି ସହିତ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫୦ ପଏଣ୍ଟକୁ ବଢ଼ିଛି।

Post Views: 55
Tags: Repo rate unchanged: EMI consumer confidence
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In