• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଖି ବୁଜିଲେ ରତନ ଟାଟା

by Voice of Victims
October 9, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆଖି ବୁଜିଲେ ରତନ ଟାଟା

ମୁମ୍ବାଇ: ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ପ୍ରାଣ ତ୍ୟାଗ କରିଛନ୍ତି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ଗତ କିଛି ଦିନ ହେବ ହସ୍ପିଟାଲରେ ଆଇସିୟୁରେ ଥିଲେ। ରତନ ଟାଟାଙ୍କ ବିୟୋଗ ବାବଦରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୮୬ ବର୍ଷୀୟ ରତନ ଟାଟା ସୋମବାର କହିଥିଲେ ଯେ ତାଙ୍କ ବୟସ ଏବଂ ଆନୁଷଙ୍ଗିକ ଅସୁସ୍ଥତା କାରଣରୁ ତାଙ୍କର ନିୟମିତ ଡାକ୍ତରୀ ପରୀକ୍ଷା ଚାଲିଛି। ଗତ ସପ୍ତାହରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା, କିନ୍ତୁ ରତନ ଟାଟା ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ତାଙ୍କ ବୟସ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କର ନିୟମିତ ଡାକ୍ତରୀ ପରୀକ୍ଷା କରାଯାଉଛି। ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନଥିଲେ। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ ଥିବା ଯୋଗୁ ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା। ଏହାପରେ ସେ ଆଉ ବିବାହ କରିବେ ନାହିଁ ବୋଲି ନିଶ୍ଚିତ କରିଥିଲେ। ଆଜି ସେ ନିଜର ୮୩ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି କଥା। ୧୯୩୭ ଡିସେମ୍ବର ୨୮ରେ ସୁରଟରେ ରତନ ଟାଟାଙ୍କ ଜନ୍ମ। ବ୍ୟବସାୟଜଗତରେ ସେ ନିଜର ସ୍ବତନ୍ତ୍ର ନାମ କରିଥିଲେ ହେଁ ପ୍ରେମରେ ସେ ବିଫଳ। ଏକ ସାକ୍ଷାତକାରରେ ପ୍ରେମଜୀବନକୁ ନେଇ ସେ ଅନେକ ଖୁଲାସା କରିଥିଲେ। ପ୍ରେମ କରିଥିଲେ ହେଁ ଏହାକୁ ବିବାହର ରୂପ ଦେଇପାରି ନ ଥିବାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଚାରି ଥର ବିବାହ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ସବୁଥର କିଛି ନା କିଛି ଡ଼ର ଯୋଗୁ ଆଗକୁ ବଢ଼ିପାରି ନାହିଁ। ଯେତେବେଳେ ଆମେରିକାରେ କାମ କରୁଥିଲି, ସେତେବେଳେ ବିବାହ କରିବାକୁ ଚାହୁଁଥିଲି। ହେଲେ ଭାରତ ଫେରି ଆସିବା ଯୋଗୁ ବିବାହ କରିପାରିପାରି ନ ଥିଲି। କାରଣ ପ୍ରେମିକା ଭାରତ ଆସିବାକୁ ଚାହୁଁ ନ ଥିଲେ। ସେତେବେଳେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହେଉଥିଲା। ଏଣୁ ପ୍ରେମିକାଜଣଙ୍କ ଆମେରିକାରେ ଜଣଙ୍କୁ ବିବାହ କରିନେଇଥିଲେ। ଏବେ ମନେହୁଏ ଯଦି ବିବାହ କରିଥାନ୍ତି ତେବେ ଏତେ ଆଗକୁ ବଢ଼ିପାରି ନ ଥାନ୍ତି। ଆଜିର ଏହି ସ୍ଥିତି ନ ଥାନ୍ତା ବୋଲି ସେ କହିଥିଲେ। ଏହି ମହାନ୍ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୯୯୧ ରୁ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ ରତନ ଟାଟା ଟାଟା ଗ୍ରୁପର ନେତୃତ୍ୱ ନେଇଥିଲେ। ବିଦେଶରେ ଅଧ୍ୟୟନ ସମାପ୍ତ କରିବା ପରେ ରତନ ଟାଟା ପ୍ରଥମେ ଟାଟା ଗ୍ରୁପ୍ କମ୍ପାନୀ ଟାଟା ଇଣ୍ଡଷ୍ଟ୍ରିଜ୍ ସହକାରୀ ଭାବରେ ଯୋଗ ଦେଇଥିଲେ। ଏହା ପରେ ସେ ଜାମସେଦପୁରର ଟାଟା ପ୍ଲାଣ୍ଟରେ କିଛି ମାସ ତାଲିମ ନେଇଥିଲେ। ତାଲିମ ସମାପ୍ତ କରିବା ପରେ, ରତନ ଟାଟା ତାଙ୍କ ଦାୟିତ୍ୱ ପରିଚାଳନା କରିବା ଆରମ୍ଭ କଲେ। ୨୦୦୮ ମସିହାରେ ରତନ ଟାଟାଙ୍କୁ ଭାରତ ସରକାର ଦ୍ୱାରା ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

Post Views: 45
Share200Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In