• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟି

by Voice of Victims
August 21, 2024
in ମୁଖ୍ୟ ଖବର, ରାଜ୍ୟ
‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟି

ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ@୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର‌୍ୟ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି । ବିକଶିତ ଓଡ଼ିଶା @ ୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @ ୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବ । ବିକଶିତ ଭାରତ@୨୦୪୭ ର ମୂଳ ଦୃଷ୍ଟିକୋଣ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଯାହା ନିରନ୍ତର ଅଭିବୃଦ୍ଧି, ବୈଷୟିକ ବିକାଶ ତଥା ସାମାଜିକ ଅନ୍ତର୍ଭୂକ୍ତି ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହି ପରିପ୍ରେକ୍ଷୀରେ “ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା ଅ୨୦୩୬” ଶୀର୍ଷକ ଏକ ଭିଜନ ଡକ୍ୟୁମେଣ୍ଟ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆବଶ୍ୟକୀୟ ଢାଞ୍ଚା ପ୍ରସ୍ତୁତ କରିବ । ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶର ରାସ୍ତାରେ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ସଙ୍ଗେ ସଙ୍ଗେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ରଖି ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଓଡ଼ିଶା ସରକାର ସଂକଳ୍ପବଦ୍ଧ । ଏହି ପ୍ରକ୍ରିୟାକୁ ଆଗକୁ ନେବାପାଇଁ ଓଡ଼ିଶାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଏବଂ ଖଣି ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର‌୍ୟ୍ୟଟନ ବିଭାଗଙ୍କ ସହିତ ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବମାନେ ସଦସ୍ୟ ରହିଛନ୍ତି । ଏହି କମିଟିରେ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଦସ୍ୟ ଆବାହକ ରହିଛନ୍ତି । ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ମାର୍ଗଦର୍ଶନ ପ୍ରଦାନ କରିବେ । କମିଟି ନିଜସ୍ୱ କାର‌୍ୟ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବୈଠକ କରିବା ସହ ଆବଶ୍ୟକତା ଅନୁଯାୟୀ ବିଶିଷ୍ଟ ନାଗରିକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ଏବଂ ବିଶେଷଜ୍ଞଙ୍କୁ ଏହି ବୈଠକରେ ଯୋଗଦେବାକୁ କମିଟି ନିମନ୍ତ୍ରଣ କରିପାରିବେ । “ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ) ବିଭିନ୍ନ ତଥ୍ୟ ଭିତ୍ତିକ ବିଶ୍ଳେଷଣ ଓ ପ୍ରମାଣ ଦ୍ବାରା ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁବିନିଯୋଗ ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ପରିଚାଳନା କମିଟିକୁ ଆବଶ୍ୟକ ପରାମର୍ଶ ଦେବେ ।

Post Views: 50
Share200Tweet125Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In