• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା

by Voice of Victims
October 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା

ବାଲୁଗାଁ: ଏସିଆ ମହାଦେଶର ସର୍ବ ବୃହତମ ଲବଣ ହ୍ରଦ ହେଉଛି ଚିଲିକା । ଏହା ୧୧ ଶହ କିଲୋମିଟର ବର୍ଗ  ବିଶିଷ୍ଟ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଲାଗିରହିଛି  । ଏହା ଓଡିଶାର ଏକ ପର୍ଯ୍ୟଟନ ସ୍ଥଳ ଓ ପକ୍ଷୀ ଅଭୟାରଣ୍ୟ ସହିତ ଭାରତର ପ୍ରଥମ ଆଦ୍ରଭୂମି ଭାବରେ ବେଶ ପରିଚିତ । ଚିଲିକାର ନୀଳ ଜଳରାଶି ଏବଂ ସୌନ୍ଦର୍ଯ୍ୟରେ ଭରପୁର ମନୋରମ ଦୃଶ୍ୟ, ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଚିଲିକା ଦେଖିବାକୁ ଯେତିକି ସୁନ୍ଦର ଲାଗିଥାଏ , ତାହାଠାରୁ ଅଧିକ ସୁନ୍ଦର ଲାଗିଥାଏ ଚିଲିକାକୁ ଆସୁଥିବା ବିଦେଶାଗତ ରଙ୍ଗ ବେରଙ୍ଗର ପକ୍ଷୀ ।

ଶୀତ ଦିନର ଆଗମନ ହେଲେ ଚିଲିକାକୁ ଆସିଥାନ୍ତି ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ  । ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବିଦେଶାଗତ ପକ୍ଷୀଙ୍କ ଚିଲିକାକୁ ଆଗମନ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଚିଲିକାକୁ ବିଦେଶାଗତ ଅତିଥିଙ୍କ ଆଗମନ ହୋଇସାରିଲାଣି । ରଙ୍ଗ ବେରଙ୍ଗର ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା । ଚିଲିକାର ନୀଳ ଜଳରାଶି ଉପରେ ଘୁରି ବୁଲିଲେଣି ଏହି ବିଦେଶାଗତ ପକ୍ଷୀ  । ଖାସ୍ କରି ଚିଲିକାର ନଳବଣ, ମଙ୍ଗଳାଯୋଡ଼ି, କାଙ୍କଣ ଶିଖରୀ, କଳିଯୁଗେଶ୍ୱର ଓ ଅନ୍ୟ ଅଞ୍ଚଳରେ ଏହି ବିଦେଶୀ ପକ୍ଷୀଙ୍କ ହେଉଛି ସମାଗମ ।

ଏପଟେ ପକ୍ଷୀମାନଙ୍କର ସୁରକ୍ଷା ନେବା ଲାଗି ତପ୍ତର ହୋଇଉଠିଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ।  ୫ ଟି ରେଞ୍ଜରେ ଗଠିତ ବାଲୁଗାଁ, ଟାଙ୍ଗି, ରମ୍ଭା, ସାତପଡ଼ା ଓ ନୂଆପଡାରେ  ସର୍ବମୋଟ ୨୧ ଗୋଟି ସ୍ଥାୟୀ ଓ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇଛି । ବାଲୁଗାଁ ରେଞ୍ଜରେ ୦୪, ଟାଙ୍ଗୀ ରେଞ୍ଜ ରେ ୧୧, ରମ୍ଭା ରେଞ୍ଜରେ ୦୨, ସାତପଡ଼ା ରେଞ୍ଜରେ ୦୨ ଓ ନୂଆପଡା ରେଞ୍ଜରେ ୦୨ ଟି କ୍ୟାମ୍ପ ଚଳିତ ବର୍ଷ କରାଯାଇଛି  । ଏହା ସହିତ ୧୧ ଟି ବୋଟରେ ୨୪ ଘଣ୍ଟିଆ ପାଟ୍ରୋଲିଙ୍ଗ ଚାଲିଛି ବୋଲି ବାଲୁଗାଁ DFO ଅମ୍ଲାନ ନାୟକ ସୂଚନା ଦେଇଛନ୍ତି । ଥଣ୍ଡା ଯେତିକି ଯେତିକି ବଢିଥାଏ  ଏହି ବିଦେଶାଗତ ପକ୍ଷୀଙ୍କ ଭିଡ଼ ସେତିକି ସେତିକି ବଢିଥାଏ  । କାହିଁ କେଉଁ କାଳରୁ ଏହି ବିଦେଶାଗତ ଅତିଥିମାନଙ୍କୁ କୋଳେଇ ନେଉଛି ଏହି ମରାଳ ମାଳିନୀ ନିଲାମ୍ବୁ ଚିଲିକା । ଆଉ ନୀଳ ଜଳରାଶିରେ ବେଶ ଖୁସିରେ ବୁଲୁଛନ୍ତି ଏହି ପକ୍ଷୀମାନେ ।

Post Views: 51
Share199Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In