ଭୁବନେଶ୍ବର: ରାଜଧାନୀରେ ରକ୍ତରଞ୍ଜିତ ହେଲା ହୋଲି । ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ଘରୋଇ କଳିରୁ ଉଗ୍ରରୁପ ନେଇ ବିଭତ୍ସ ହତ୍ୟା । ଅନ୍ତବୁଜୁଳା ବାହାର କରି ହତ୍ୟା କଲା ସ୍ବାମୀ । ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀ ସାବିତ୍ରୀ ମଲ୍ଲିକଙ୍କୁ ହତ୍ୟା କରିଛି ସ୍ବାମୀ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ । ହତ୍ୟା ପରେ ଘଟଣା ସ୍ଥଳରେ କମିଶନରେଟ ପୋଲିସ । ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।
ହତ୍ୟା ସ୍ଥଳରେ ପୋଲିସର ଛାନଭିନ । ଭରତପୁର ଥାନା ଟିମ୍ କରୁଛି ତଦନ୍ତ । ଭରତପୁର ଆଇଆଇସିଙ୍କ ସହ ଜୋନାଲ ଏସିପି ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । କିଭଳି ନିଜ ସ୍ତ୍ରୀ କୁ ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ବାମୀ । ସେନେଇ ପୋଲିସ ହତ୍ୟା ସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି ।
