• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚଳଚଞ୍ଚଳ ରଥଖଳା, ଉଠିଲା ତିନି ରଥର ଚାରିନାହାକା

by Voice of Victims
June 7, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଚଳଚଞ୍ଚଳ ରଥଖଳା, ଉଠିଲା ତିନି ରଥର ଚାରିନାହାକା

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଉଠିଲା ତିନି ରଥର ଚାରିନାହାକା । ସ୍ନାନଯାତ୍ରାରେ ଉଠିବାକୁ ଥିବା ଚାରି ନାହାକା ଆଜି ଉଠାଯାଇଛି । ଭୋଇ ସେବକମାନେ ତୃତୀୟ ନମ୍ବର ହରିବୋଲ ପକାଇଛନ୍ତି । ସେପଟେ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି। ତିନିରଥର ଚାରି ନାହାକା ଉଠିବା ସହଜ ହେବାପାଇଁ ଆଜି ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଛନ୍ତି ।

ତିନିରଥର ଗାରେଡ଼ି ଏବଂ ଅଁଳା ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ୪ ଗୋଟି ଲେଖାଏଁ ୬ ଫୁଟ ଲମ୍ବ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇଥିଲେ ।  ଯାହାକି ତିନିରଥ ମହାରଣା ସେବକ ମାନେ ତାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନିରଥର ଶେଷ ଦୁଇଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ତିନିରଥ ର ମହାରଣା ସେବକ ମାନେ ଶେଷ କରିଛନ୍ତି । ରୂପକାର ସେବକ ମାନେ ତିନିରଥର ନାଟ ଗୋଡ଼ରେ ରହୁରୁପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି ।  ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ଏବଂ ଗୟଳ ପାଇଁ ତାଗ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

Post Views: 28
Share197Tweet123Send
Voice of Victims

Voice of Victims

Recent Posts

  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In