ଯାଜପୁର ଟାଉନ ଅନ୍ତର୍ଗତ ଅନିରୁଦ୍ଧପୁର ଗ୍ରାମ ରେ ଆଜି ଏକ ଚାଞ୍ଚଲ୍ୟ କର ଘଟଣା ଘଟିଯାଇଛି । ଚାଷ ଜମିରୁ ମାଟି ଖୋଳା ହେଉଥିବା ସମୟରେ ହଠାତ୍ ଟ୍ରାକ୍ଟର ବାଜିବାରୁ ସେହି ସ୍ଥାନ କୁ ଖୋଳିବା ବନ୍ଦ କରିଦେଇଥିଲେ ଡ଼୍ରାଇଭର ଜଣକ । କିଛି ସମୟ ଭିତରେ ଲୋକ ମାନଙ୍କ ଦ୍ଵାରା ସେହି ସ୍ଥାନ କୁ ଖୋଳାଜିବାରୁ ଦେଖା ଦେଇଥିଲେ ଏକ ଶିବ ଲିଙ୍ଗ।
କିଛି ଲୋକ ମାନେ ଏହା ଦେଖିକି କହିଥିଲେ ଯେ ଏ ହେଉଛନ୍ତି ପାତାଳୀ ଶିବ ଆଉ କିଛି ଜଣ ଧବଳେଶ୍ଵର କହୁଛନ୍ତି କାରଣ ଶିବଲିଙ୍ଗ ଧଳା ରଙ୍ଗ ପରି ଦେଖା ଯାଉଥିଲେ। ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନଙ୍କର ଜିଲ୍ଲା ପ୍ରଶାସନ ଙ୍କ ପାଖରେ ନିବେଦନ ରହିଛି । ଏହା ଦ୍ଵାରା ଲୋକ ମାନେ ସହଜରେ ମହାଦେବ ଙ୍କ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିପାରିବେ ।
