ବଡ଼ଚଣା ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତ ର ଉଦୟନଗର ଗ୍ରାମରେ ଆଜି ଦିନ ଦୁଇ ପ୍ରହର ସମୟରେ ଗ୍ରାମ ର ବିଜୟ କୁମାର ରାଉତ ଙ୍କର ୨ ଟି ଚାଳ ଘର ହୁତୁହୁତୁ ହୋଇ ଜଳିଗଲା । ଘର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ଅଗ୍ନି କୁ ଆୟତ୍ତ କରିବା ଚେଷ୍ଟା କରିଥିଲେ। ଲୋକମାନେ ଘର ଉପରେ ଚଢ଼ି କୁଟା କୁ ବାହାର କରିବା ସଙ୍ଗେ ସଙ୍ଗେ ମଟର ଦ୍ଵାରା ପାଣି ଛିଞ୍ଚି ବହୁତ କଷ୍ଟରେ ଅଗ୍ନି କୁ ଲିଭାଇ ଥିଲେ ।
ଅଗ୍ନିସେବା କର୍ମଚାରିଙ୍କୁ ଖବର ଦିଆ ଯାଇଥିଲା କିନ୍ତୁ ସେମାନେ ଆସିଲା ସମୟ କୁ ନିଆଁ ଟି ଲିଭା ସରିଥିଲା। ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ।
