ବାଲେଶ୍ୱର (ଭିଓଭି) ୧/୨ ; – ରେମୁଣା ର ଗୈ।ଡଦାଣ୍ଡ ଗ୍ରାମରେ ପାଳିତ ହେଲା ଅଗ୍ନି ଉତ୍ସବ ପୂର୍ଣ୍ଣମୀ । ଅଗ୍ନି ଉତ୍ସବ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଏହି ଅଗ୍ନି ରେ ଆଳୁ , ବାଇଗଣ , ଫଳ ଆଦି ପକାଯାଏ କାରଣ ଏଥିରେ ପୋଡାଯାଇଥିବା ଦ୍ରବ୍ୟ କୁ ଖାଇଲେ ଚର୍ମ ରୋଗ ହୁଏ ନାହିଁ ।
ଗ୍ରାମର ମା ବୁଢୀବାଶୁଳୀ ମନ୍ଦିର ରେ ପୁଜାର୍ଚନା କରାଗଲା । ନଡ଼ା କୁଟାରେ ଛପର ହୋଇଥିବା ଗଦାରେ ବ୍ରାହ୍ମଣ ଙ୍କ ଦ୍ୱାରା ଅଗ୍ନିସଂଯୋଗ କରାଗଲା । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷିଣ କଲେ । ଦେବଦତ୍ତ ବାରିକ , କାକର ଦଳେଇ , ସୂରଜ ଖିଲାର , ଶିଶିର ଦଳେଇ , ଦେବାଶିଷ ଦାସ , ଜଳେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।
