• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

by Voice of Victims
September 2, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି ।

ଖବର ମୁତାବକ, ପଞ୍ଜାବର ଆପ ବିଧାୟକ ହରମିତ୍ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ସେ ଅଗଷ୍ଟ ୨୫ ତାରିଖରେ ଭିଡିଓ ଲିକ୍ କରିବା ଏବଂ ତାଙ୍କୁ ହତ୍ୟା ଧମକ ଦେବାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଗିରଫ କରିବାକୁ ଯାଇଥିଲା କିନ୍ତୁ ଖବର ଜାଣିବା ମାତ୍ରେ ପଠାଣମାଜରା ପଞ୍ଜାବରୁ ହରିୟାଣା ପଳାଇ ସେଠାରେ ଲୁଚି ରହିଥିଲେ ।

ପୋଲିସ ହରିୟାଣାରେ ଚଢାଉ କରି ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ପୋଲିସ ଷ୍ଟେସନକୁ ନେଉଥିବା ବେଳେ ପଠାଣମାଜରା ଏବଂ ତାଙ୍କ ସହଯୋଗୀମାନେ ରାସ୍ତାରେ ପୋଲିସ ଉପରେ ଗୁଳି ଚଳାଇଥିଲେ । ଆପ୍ ବିଧାୟକ ହରମିତ ସିଂ ଏବଂ ତାଙ୍କ ସାଥି ଫେରାର ହେବା ସମୟରେ ପୋଲିସକୁ ଗୁଳିମାରିବା ସହିତ ଅନ୍ୟ ଜଣକୁ ଗାଡ଼ି ଚଢାଇ ଦେଇଛନ୍ତି । ଘଟଣାରେ ଜଣେ ପୋଲିସ ଆହତ ହୋଇଛନ୍ତି । ବିଧାୟକ ଏବଂ ତାଙ୍କ ସାଥି ଦୁଇଟି ଗାଡି ନେଇ ଫେରାର ହୋଇଯାଇଛନ୍ତି । ଗୋଟିଏ ଗାଡ଼ିକୁ ପୋଲିସ ଜବତ କରିଥିବା ବେଳେ ଅନ୍ୟ ଗାଡ଼ିରେ ବିଧାୟକ ଫେରାର ହୋଇଯାଇଛନ୍ତି । ପୋଲିସ ଟିମ୍ ବିଧାୟକଙ୍କ ପିଛା କରିଛି ।

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା
  • ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା; ୫ ଦିନ ରାଜ୍ୟରେ ଏଭଳି ସ୍ଥିତି
  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In