• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ବିଧାନସଭା ପରିସରରେ ଏଏପି ର ବିଧାୟକମାନଙ୍କୁ ମିଳିଲାନି ପ୍ରବେଶ

by Voice of Victims
February 27, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଦିଲ୍ଲୀ ବିଧାନସଭା ପରିସରରେ ଏଏପି ର ବିଧାୟକମାନଙ୍କୁ ମିଳିଲାନି ପ୍ରବେଶ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଅଧିବେଶନର ତୃତୀୟ ଦିନ। ଏହି ସମୟରେ ବିରୋଧୀ ଦଳ ଆମ୍ ଆଦମୀ ପାର୍ଟି (ଏଏପି) ର ବିଧାୟକମାନଙ୍କୁ ଦିଲ୍ଲୀ ବିଧାନସଭା ପରିସରରେ ପ୍ରବେଶ ବନ୍ଦ କରାଯାଇଛି। ଅଧିବେଶନର ଦ୍ୱିତୀୟ ଦିନରେ ୨୧ ଜଣ AAP ବିଧାୟକଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ପରିସରରେ ପ୍ରବେଶ କରିବାକୁ ମଧ୍ୟ ବାରଣ କରାଯାଇଛି। ଏ ସମ୍ପର୍କରେ ବିରୋଧୀ ଦଳର ନେତା ଆତିଶୀ ବିଜେପିର ରେଖା ଗୁପ୍ତା ସରକାର ଉପରେ ଆକ୍ରମଣ କରୁଛନ୍ତି। AAP ନେତା ଆତିଶୀ ଅଭିଯୋଗ କରିଛନ୍ତି ଯେ, AAP ବିଧାୟକମାନେ ‘ଜୟ ଭୀମ’ ର ସ୍ଲୋଗାନ ଦେଇଛନ୍ତି, ତେଣୁ ସେମାନଙ୍କୁ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଆତିଶୀ ସୋସିଆଲ ମିଡିଆ ପ୍ଲାଟଫର୍ମର ପୋଷ୍ଟରେ ଲେଖିଛନ୍ତି ଯେ, ବିଜେପି ସରକାର ଆସିବା ମାତ୍ରେ ଏକ ଛତ୍ରବାଦର ସମସ୍ତ ସୀମା ଲଙ୍ଘିଛନ୍ତି। ‘ଜୟ ଭୀମ’ ର ସ୍ଲୋଗାନ ପାଇଁ ଆମ୍ ଆଦମୀ ପାର୍ଟିର ବିଧାୟକମାନଙ୍କୁ ୩ ଦିନ ପାଇଁ ନିଲମ୍ବନ କରାଯାଇଥିଲା ଏବଂ ଏବେ ବିଧାନସଭା ପରିସରକୁ ଯିବା ପାଇଁ ଅନୁମତି ଦିଆଯାଉନାହିଁ। ଏଭଳି କାର୍ଯ୍ୟ ଦିଲ୍ଲୀ ବିଧାନସଭା ଇତିହାସରେ କେବେ ବି ଘଟିନଥିଲା। 

ଯଦି ସେ ଗୃହ ପରିସରରେ ପ୍ରବେଶ କରିବାକୁ ଅନୁମତି ନ ପାଆନ୍ତି, ତେବେ ନିଲମ୍ବିତ ଆମ୍ ଆଦମୀ ପାର୍ଟି ବିଧାୟକ ବାଚସ୍ପତି ବିଜୟ ଗୁପ୍ତାଙ୍କୁ ଭେଟି ପାରନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଅଧିବେଶନର ଦ୍ୱିତୀୟ ଦିନରେ ଯେତେବେଳେ ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କ ଅଭିଭାଷଣ ଚାଲିଥିଲା, ଆମ୍ ଆଦମୀ ପାର୍ଟି ବିଧାୟକମାନେ ଗୃହରେ ହଙ୍ଗାମା ସୃଷ୍ଟି କରୁଥିଲେ। ଏହି କାରଣରୁ ବାଚସ୍ପତି ସେଠାରେ ଉପସ୍ଥିତ ଥିବା ୨୧ ଜଣ ବିଧାୟକଙ୍କୁ ତିନି ଦିନ ପାଇଁ ନିଲମ୍ବିତ କରିଥିଲେ। ଏହାର ଅବଧି ଆସନ୍ତାକାଲି ପର୍ଯ୍ୟନ୍ତ ରହିଛି। ତେବେ ଅମାନତୁଲ୍ଲା ଖାନ ସେତେବେଳେ ଉପସ୍ଥିତ ନଥିଲେ, ତେଣୁ ତାଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

Post Views: 67
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In