ବାଲେଶ୍ୱର (ଭିଓଭି)୧୩/୨ :- କୋଲକାତାରୁ ପୁରୀ ଯାଉଥିବା ଏକ ତୀର୍ଥ ଯାତ୍ରୀ ବସ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ଆନ୍ଧ୍ରପ୍ରଦେଶର ୪୦ ଜଣ ଶ୍ରଦ୍ଧାଳୁ ଜଗନ୍ନାଥ ଦର୍ଶନରେ ଯାଉଥିଲେ ।
ବସଟି ଭାରସାମ୍ୟ ହରାଇ ବ୍ରିଜ ପାଚେରୀକୁ ଭାଙ୍ଗି ଦେଇଛି । ଏଥିରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସକୁ ଉଦ୍ଧାର କରିଛି ।
