• About Us
  • Contact Us
Wednesday, February 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଧାନସଭାରେ ମାନିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ୮,୩୦୦ ଗ୍ରାମକୁ ନାହିଁ ପିଏମ୍‌ଏସ୍‌ଜିୱାଇ ସଡ଼କ

by Voice of Victims
February 18, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଧାନସଭାରେ ମାନିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ୮,୩୦୦ ଗ୍ରାମକୁ ନାହିଁ ପିଏମ୍‌ଏସ୍‌ଜିୱାଇ ସଡ଼କ

ଭୁବନେଶ୍ୱର: ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଡ଼କ ସଂଯୋଗ ହୋଇପାରିନାହିଁ। ଏଥି ମଧ୍ୟରେ କୋରାପୁଟ ଜିଲ୍ଲାର ସର୍ବାଧିକ ୧୩୭୪ଟି ଗ୍ରାମ ଥିବାବେେବେଳେ ରାୟଗଡ଼ାର ୧୦୯୯, ନବରଙ୍ଗପୁରର ୬୪୧, କଳାହାଣ୍ଡିର ୫୭୪ ଓ ଝାରସୁଗୁଡ଼ା ଜିଲ୍ଲାର ୩୪ ଗ୍ରାମ ରହିଛି। ମଙ୍ଗଳବାର ବିଧାନସଭାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୧ ଜନଗଣନା ଭିତ୍ତିରେ ୨୦୧୭-୧୮ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯେଜାନା ପାଇଁ ପ୍ରସ୍ତୁତ ହୋଇଥିବା ଜିଲ୍ଲା ଗ୍ରାମ ସଡ଼କ ଯୋଜନା ଅନୁସାରେ ରାଜ୍ୟରେ ୫୯,୯୭୧ ଗ୍ରାମ ରହିଥିଲା । ସେଥିମଧ୍ୟରୁ ୫୧,୬୭୧ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ପର୍ଯ୍ୟାୟକ୍ରମେ ସଂଯୋଗୀକରଣ କରାଯାଇଥିଲା। ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହେଉନଥିବାରୁ ୮,୩୦୦ ଗ୍ରାମକୁ ସଂଯୋଗୀକରଣ କରାଯାଇନଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହା ନିମନ୍ତେ ଅସଂଯୋଜିତ ଗ୍ରାମଗୁଡ଼ିକର ସର୍ଭେ କାମ ସମସ୍ତ ରାଜ୍ୟରେ ଚାଲୁ ରହିଛି। ସର୍ଭେ ପ୍ରକ୍ରିୟା ସମାପ୍ତି ପରେ କେତେ ଗାଁ ଓ ପଡ଼ାଗାଁକୁ ଏଯାବତ୍ ସବୁଦିନିଆ ରାସ୍ତା ନାହିଁ, ତାହାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ନାୟକ ସ୍ପଷ୍ଟ କରିିଛନ୍ତି।

Post Views: 48
Tags: 8According to the Rural Development Minister in the Assembly
Share198Tweet124Send
Voice of Victims

Voice of Victims

Recent Posts

  • ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ
  • ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା
  • ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍
  • ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼
  • ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In