• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଦ୍ୱିତୀୟ ଦିନରେ ବି ଅଚଳ: ମଦମୃତ୍ୟୁ, ଛାତ୍ର ନିର୍ବାଚନକୁ ନେଇ କମ୍ପିଲା ଗୃହ

by Voice of Victims
August 21, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦ୍ୱିତୀୟ ଦିନରେ ବି ଅଚଳ: ମଦମୃତ୍ୟୁ, ଛାତ୍ର ନିର୍ବାଚନକୁ ନେଇ କମ୍ପିଲା ଗୃହ

ଭୁବନେଶ୍ୱର: ମଦମୃତ୍ୟୁ ଓ ଛାତ୍ର ନିର୍ବାଚନକୁ ନେଇ ଆଜି ଗୃହରେ କମ୍ପନ ସୃଷ୍ଟି ହୋଇଥିଲା। ପ୍ରଥମ ଦିନ ଭଳି ଦ୍ୱିତୀୟ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ବିରୋଧୀ ଜିଦ୍‌ରେ ଅଟଳ ରହିଥିଲେ। ଗୃହ ମଝିରେ ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟ ଭିନ୍ନ ଦାବିରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ଚାଲିବା ଆଉ ସମ୍ଭବ ହେଲାନାହିଁ। ଫଳରେ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟହୋଇ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ। ବୁଧବାର ଧାର୍ଯ୍ୟ ସମୟରେ ଗୃହ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଗୃହମଝିକୁ ଆସି ହଟ୍ଟଗୋଳ କରିବା ସହ ନାରାବାଜି କରିଥିଲେ। ଚିକିଟି ମଦମୃତ୍ୟୁ ଘଟଣାରେ ଆର୍‌ଡିସି ସ୍ତରୀୟ ତଦନ୍ତ ଦାବି କରି ବିରୋଧୀ ବିଜେଡି ସଭ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ। ଏହି ଘଟଣା ଏକ ସ୍ପର୍ଶକାତର ପ୍ରସଙ୍ଗ। ସରକାର ହାଲୁକା ଭାବରେ ନେଇଛନ୍ତି। ତେଣୁ ଆର୍‌ଡିସି ତଦନ୍ତ ହେଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବିଜେଡି ସଭ୍ୟମାନେ କହୁଥିବାର ଦେଖାଯାଇଥିଲା। ଅନ୍ୟପକ୍ଷରେ ଜନଜାତିଙ୍କ ସୁରକ୍ଷା ଓ ଛାତ୍ର ଇଲେକ୍ସନ ଦାବି କରି କଂଗ୍ରେସ ବିଧାୟକମାନେ ମଧ୍ୟ ନିଜ ସିଟ୍‌ରୁ ଉଠି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ। ଶ୍ଲୋଗାନବାଜି ବି ଦେଇଥିଲେ। ସ୍ଥିତି ଏଭଳି ହେଲା ଗୃହ ଚାଲିବା ସମ୍ଭବ ହେଲାନାହିଁ। ଫଳରେ ଗୃହକୁ ୧୦ଟା ୩୨ରୁ ସାଢ଼େ ୧୧ ଯାଏ ମୁଲତବି କରିଥିଲେ ବାଚସ୍ପତି। ପୁଣି ଗୃହ ଆରମ୍ଭ ହେବାପରେ ହଟ୍ଟଗୋଳ ହୋଇଥିଲା। ଏଥିଯୋଗୁଁ ବାଚସ୍ପତି ପୁଣି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଆଲୋଚନା ଚାଲିପାରି ନଥିଲା। ତେବେ ମଙ୍ଗଳବାର ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ଦଳ ମଧ୍ୟରେ ଫାଟ ଯୋଗୁଁ ଶାସକ ଦଳକୁ ସୁବିଧା ହୋଇଥିଲା। ହେଲେ ବୁଧବାର ସ୍ଥିତି ଓଲଟା ଥିଲା। ବିଧାନସଭାର ପ୍ରଥମାର୍ଦ୍ଧ ଅଧିବେଶନରେ ବିରୋଧୀ ଏକତା ହୋଇ ଲଢ଼ିବା ସ୍ଥିତି ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଗୃହ ବାହାରେ ଅବକାରୀ ମନ୍ତ୍ରୀ କହିଥିଲେ, ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୮୫ ଲିଟର ମଦ ଜବତ ହୋଇଛି।

Post Views: 25
Tags: Achal still on the second day: Drunkenness
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In