ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁମୋଦନ କରିଛି । ବିଲ ସପକ୍ଷରେ ୧୨୮ ଭୋଟ୍ ବିପକ୍ଷରେ ୯୫ ଭୋଟ୍ ପଡିଥିଲା । ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ସେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହୋଇଯିବ । ଆଲୋଚନା ବେଳେ ସରକାର ଏହି ବିଲ୍ ସପକ୍ଷରେ ଦୃଢ ଯୁକ୍ତି ଦର୍ଶାଇଥିବାବେଳେ ବିରୋଧୀ ଦଳ ଏହାର ଜୋରଦାର ବିରୋଧ କରିଥିଲେ । ୨୩୬ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ପାସ୍ କରାଇବାକୁ ୧୧୯ ସଭ୍ୟଙ୍କ ସମର୍ଥନ ଦରକାର ଥିବାବେଳେ NDA ପାଖରେ ରହିଛି ୧୨୫ ସଭ୍ୟଙ୍କ ସମର୍ଥନ। ଏନଡିଏ ପାଖରେ ଆବଶ୍ୟକ ଠାରୁ ଦୁଇ କମ ସଭ୍ୟ (୧୨୭) ଥିବାବେଳେ ଦୁଇ ଜଣ ମନୋନୀତ ସଭ୍ୟ ଏବଂ ୬ ଜଣ ସ୍ବାଧୀନ ସାଂସଦ ବିଲ୍ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି।
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ୱାକଫ ବିଲକୁ ନେଇ ମୁସଲମାନ ସମ୍ପ୍ରଦାୟକୁ ଭୟଭୀତ କରୁଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାର ‘ସାବକା ସାଥ, ସବକା ବିକାଶ’ ଉଦ୍ଦେଶ୍ୟରେ ସମସ୍ତଙ୍କ ପାଇଁ କାମ କରୁଛନ୍ତି । ୱାକଫ ବୋର୍ଡ ଏକ ବିଧି ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ସଂସ୍ଥା ପରି ଏହା ଧର୍ମନିରପେକ୍ଷ ହେବା ଉଚିତ ।
ସୂଚନା ଅନୁସାରେ ରାଜ୍ୟସଭା ପୂର୍ବରୁ ବୁଧବାର ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା । ୧୨ ଘଣ୍ଟାର ଆଲୋଚନା ପରେ ସରକାର ଏହାକୁ ପାରିତ କରିବାରେ ସଫଳ ହୋଇଛନ୍ତି । ଲୋକସଭାରେ ଏହି ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ୍ ପଡ଼ିଥିଲା । ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ବିଲରେ ଅନେକ ତ୍ରୁଟି ରହିଛି । ମୁସଲିମ୍ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି । ୱାକଫ ବୋର୍ଡକୁ ନେଇ ଆଇନ ପୂର୍ବରୁ ରହିଛି ଏବଂ ଏଥିରେ ପରିବର୍ତ୍ତନ କରାଯାଇପାରିବ । ଏଥିପାଇଁ ନୂଆ ବିଲର ଆବଶ୍ୟକତା ନାହିଁ । ଏହି ବିଲକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।
