କେନ୍ଦୁଝର : ପୁରୀ ପରେ କେନ୍ଦୁଝର କୋର୍ଟକୁ ବୋମା ଧମକ । ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟକୁ ବୋମାରେ ଭଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ । ମେଲ ଆସିବା ପରେ ଖବର ପାଇ କୋର୍ଟରେ ପହଞ୍ଚିଥିଲା ପୋଲିସ।
ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ସହ ଏକ ପ୍ଲାଟୁନ ଫୋର୍ସ କୋର୍ଟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । କୋର୍ଟ ପରିସର ଓ ଭିତରରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଏହା ପୂର୍ବରୁ ଗତ ୩ ତାରିଖ ଦିନ ଏହିଭଳି ଏକ ଧମକପୂର୍ଣ୍ଣ ମେଲ ଆସିଥିଲା ।
