ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛୋଟ ଉପହାର ଦେଇଛନ୍ତି । ଖେଳଜଗତରେ ଅନେକ ଉପଲବ୍ଧି ପାଇଁ ଖେଳ କୋଟାରୁ ବେସିକ ଶିକ୍ଷକ ଅଧିକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେ ତାଙ୍କର ଛୋଟ କ୍ୟାରିୟରରେ ବହୁତ ପରିଚୟ ହାସଲ କରିଛନ୍ତି। ତାଙ୍କର ଜନ୍ମ ୧୨ ଅକ୍ଟୋବର ୧୯୯୭ରେ ଆଲିଗଡ଼ର ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା । କିନ୍ତୁ ସେ ତାଙ୍କ କଠିନ ପରିଶ୍ରମ ବଳରେ କ୍ରିକେଟ ଜଗତରେ ନାମ ଅର୍ଜନ କରିଛନ୍ତି ।

ରିଙ୍କୁଙ୍କୁ ମୌଳିକ ଶିକ୍ଷା ଅଧିକାରୀ (ବେସିକ ଏଜୁକେସନ୍ ଅଫିସର) ପଦବୀରେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ପ୍ରତ୍ୟକ୍ଷ ନିଯୁକ୍ତି ନିୟମ ଅନୁଯାୟୀ କରାଯାଇଛି । ଖେଳରେ ଇଣ୍ଟରନ୍ୟାସନାଲ ପଦକ ଜିତିବା ଯୋଗୁଁ ନିଯୁକ୍ତି ମିଳିଛି । ଭାରତୀୟ କ୍ରିକେଟ ଦଳ ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ଏବେ ଶିକ୍ଷା କ୍ଷେତ୍ରରେ ସେବା କରିବେ । ଏ ସମ୍ପର୍କରେ ବେସିକ ଶିକ୍ଷା ନିର୍ଦ୍ଦେଶକ (ବେସିକ) ଦ୍ୱାରା ଏକ ଚିଠି ଜାରି କରାଯାଇଛି । କ୍ରିକେଟର ରିଙ୍କୁ ସିଂହଙ୍କୁ ସମସ୍ତ ଜରୁରୀ ଦସ୍ତାବିଜ ସମ୍ବନ୍ଧୀୟ ପୋର୍ଟାଲରେ ଅପଲୋଡ କରିବାକୁ କୁହାଯାଇଛି ।
ରିଙ୍କୁଙ୍କ ନିର୍ବନ୍ଧ ଚଳିତମାସ ସମାଜବାଦୀ ପାର୍ଟିର ସାଂସଦ ରିଙ୍କୁ ସିଂହ ସହିତ ହୋଇଥିଲା । ନିର୍ବନ୍ଧରେ ରାଜନୀତି ଠାରୁ ଆରମ୍ଭ କରି ଖେଳ ଜଗତର ଅନେକ ଜଣାଶୁଣା ଲୋକ ସାମିଲ ରହିଥିଲେ । ୨୬ ବର୍ଷୀୟା ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲିସହର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ବିଜୟ ହାସଲ କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫୮୫୦ ଭୋଟରେ ପରାସ୍ତ କରିଥିଲେ । ୧୯୯୮ ନଭେମ୍ବର ୨୩ରେ ଜନ୍ମିତ ପ୍ରିୟା ଦିଲ୍ଲୀସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ଦୁହିଁଙ୍କ ବିବାହ ନଭେମ୍ବରରେ ହେବାର ରହିଥିଲା କିନ୍ତୁ ଏବେ ଏହାକୁ କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ଖବର ମିଳିଛି ।
