• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

by Voice of Victims
June 20, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତରେ ହୋଇପାରିବ ନାହିଁ ଅହମଦାବାଦ ବିମାନ ଦୁର୍ଘଟଣାର ବ୍ଲାକବକ୍ସ ଯାଞ୍ଚ, ଡାଟା ରିକଭର ପାଇଁ ଯିବ ଆମେରିକା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ୍ ବାକ୍ସ ଆମେରିକା ପଠାଯାଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିକୁ ଖଣ୍ଡନ କରି ଏହାକୁ ମିଛ ଏବଂ ଭ୍ରମ ବୋଲି କହିଛି ବେସାମୟିକ ବିମାନ ମନ୍ତ୍ରଣାଳୟ । ଏହା ଛଡା ଏହି ଯାଞ୍ଚ ପ୍ରକ୍ରିୟାକୁ ସମ୍ବେଦନଶୀଳ ଭାବେ ଏହାକୁ ଜାରି କରିବାକୁ ଅପିଲ କରିଛନ୍ତି ମନ୍ତ୍ରଣାଳୟ ।

ସୂଚନାନୁଯାୟୀ, ଏହି ସମସ୍ତ ପ୍ରକ୍ରିୟା ଦିଲ୍ଲୀବିମାନ ସ୍ଥିତ ଏୟାରକ୍ରାପ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିକେସନ ବ୍ୟୁରୋ ପରିସର ମଧ୍ୟରେ କରିବାକୁ ଅପିଲ କରିଛନ୍ତି । ଏହି ପରିସରରେ ଡିଜିଟାଲ ଫ୍ଲାଇଟ ଡେଟା ରିକର୍ଡର ଏବଂ କାକପିଟ ବାୟସ ରିକାର୍ଡର ବିଶ୍ଳେଷର ଲ୍ୟାବର ଉଦଘାଟନ ହୋଇଥିଲା । ପାଖାପାଖି ୯ କୋଟି ଟଙ୍କା ହିନ୍ଦୁସ୍ତାନ ଏୟାରନାଟିକସ ଲିମିଟେଡ ସହଯୋଗରେ ଲ୍ୟାବ ପ୍ରସ୍ତୁତ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ଲାକ୍ ବକ୍ସର ମରାମତି କରି ଡେଟା ବାହାର କରିବା  ଏବଂ ରଡାର, ଫ୍ଲାଇଟ୍ ପରଫରମାନ୍ସ ଏବଂ କାକପିଟ ରିକାର୍ଡିଂକୁ ଯୋଡି ଦୁର୍ଘଟଣାର କାରଣ ଖୋଜିବାରେ ସଠିକ୍ ଯାଞ୍ଚ କରିବା । ଏହି ଲ୍ୟାବକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁଯାୟୀ ICAOକୁ ବିକଶିତ କରାଯାଇଥିଲା । ବର୍ତ୍ତମାନ ଏହି ଲ୍ୟାବର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳୁଛି ।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରି କହିଛି ଯେ, ବ୍ଲାକ୍ ବାକ୍ସର ଯାଞ୍ଚ ପ୍ରକ୍ରିୟାର ନିଷ୍ପତ୍ତି ବିମାନ ଦୁର୍ଘଟଣାର ଯାଞ୍ଚ କରୁଥିବା ସଂସ୍ଥା AAIB ନେବ । AAIB ଏଜେନ୍ସି ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦିଗଉପରେ ନଜର ରଖି ଏହି ପ୍ରକ୍ରିୟା ଆରମ୍ଭ କରିବ ।  ଏହି ଯାଞ୍ଚ ପ୍ରକ୍ରିୟାରେ କୌଣସି ବାଧା ନ ଲଗାଇ ଗମ୍ଭୀରତାର ସହ ଯାଞ୍ଚ ପ୍ରକ୍ରିୟା ସମ୍ପର୍ଣ୍ଣ କରିବାକୁ ଅନୁରୋଧ କରିଛି ମନ୍ତ୍ରଣାଳୟ ।

ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ୨୪୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ବିମାନ ପଡିଥିବା ସ୍ଥାନରେ ୨୯ ଲୋକଙ୍କ ଜୀବନ ଚାଲିଯାଇଥିଲା ।  ବିମାନ ଦୁର୍ଘଟଣାରେ ଯେଉଁମାନେ ଜୀବନ ହାରିଛନ୍ତି, ସେମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି । ଏଥିରେ ୧୨୪ ଜଣଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଥିଲା ।

Post Views: 32
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In