• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ

by Voice of Victims
April 6, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ

ନୂଆଦିଲ୍ଲୀ : ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଅଧିକ କରିଦେଇଛନ୍ତି । ଇରାନର ରାଜଧାନୀ ତେହେରାନର ଆବାସିକ ଗଳିଗୁଞ୍ଜିରେ ଆକ୍ରମଣ ହୋଇଛି । ଏହି ଭୀଷଣ ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରତିଷ୍ଠିତ ଶରୀଫ୍ ୟୁନିଭର୍ସିଟି ଉପରେ ମଧ୍ୟ ଆକ୍ରମଣ କରାଯାଇଛି ।

ଖବର ଅନୁସାରେ, ତେହେରାନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଇସଲାମ ସହର ଉପରେ ପାହାନ୍ତା ସମୟରେ ଏକ ମିସାଇଲ୍ ମାଡ଼ ହୋଇଥିଲା । ଏହି ଆକ୍ରମଣ ଏକ ଆବାସିକ କୋଠା ଉପରେ ହୋଇଥିବାରୁ ଶୋଇଥିବା ଅବସ୍ଥାରେ ୧୩ ଜଣ ନିରୀହ ଲୋକଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଧ୍ବଂସାବଶେଷ ତଳେ ଦବି ରହିଥିବା ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଆକ୍ରମଣକାରୀମାନେ ତେହେରାନର ବିଶ୍ୱପ୍ରସିଦ୍ଧ ଶରୀଫ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିକୁ ମଧ୍ୟ ଛାଡ଼ିନାହାନ୍ତି । ବିମାନ ଆକ୍ରମଣରେ ବିଶ୍ୱବିଦ୍ୟାଳୟ ପରିସର ସମେତ ନିକଟସ୍ଥ ଏକ ଗ୍ୟାସ୍ ବିତରଣ କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଯୁଦ୍ଧ ଯୋଗୁଁ ଶିକ୍ଷାନୁଷ୍ଠାନ ପୂର୍ବରୁ ବନ୍ଦ ଥିଲା ଏବଂ କ୍ଲାସ୍ ଅନଲାଇନ୍ ଚାଲୁଥିବାରୁ କ୍ୟାମ୍ପସରେ ଛାତ୍ରଛାତ୍ରୀ ନଥିଲେ ।

ଇରାନ ଉପରେ ଏହି ହମଲା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଇସ୍ରାଏଲରେ ସୁରକ୍ଷା ଏଜେନ୍ସି ପକ୍ଷରୁ ମିସାଇଲ୍ ଆଲର୍ଟ ଜାରି କରାଯାଇଛି । ଦୁବାଇରେ ଦୁଇ ଦୁଇ ଥର ବିପଦର ସାଇରନ୍ ବଜାଯାଇଛି ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି ।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In