• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସମାଜ ସେବାରେ ସମର୍ପିତ ଓଡିଶାର ଅଗ୍ରଣୀ ସଂଗଠନ “ଉତ୍କଳ ବିଦ୍ୱତ୍ ପରିଷଦ” ତରଫରୁ ଆମ୍ବୁଲାନ୍ସ ସେବା ଆରମ୍ଭ

by Voice of Victims
April 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ସମାଜ ସେବାରେ ସମର୍ପିତ ଓଡିଶାର ଅଗ୍ରଣୀ ସଂଗଠନ “ଉତ୍କଳ ବିଦ୍ୱତ୍ ପରିଷଦ” ତରଫରୁ ଆମ୍ବୁଲାନ୍ସ ସେବା ଆରମ୍ଭ

ସତ୍ୟବାଦୀ (ଭିଓଭି): ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ” ପୁରୀରେ ସାଧୁ ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି। ଆଜି ଶ୍ରୀମନ୍ଦିର ନିକଟସ୍ଥ ଉତ୍ତରପାର୍ଶ୍ଵ ମଠ ନିକଟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଉତ୍କଳ ବିଦ୍ୱତ୍ ପରିଷଦର ଅଧକ୍ଷ ମନୋଜ ରଥ, ଶ୍ରୀମହନ୍ତ ଉତ୍ତରପାର୍ଶ୍ଵ ମଠ, କଟକୀ ମଠ ,ରାମରତ୍ନ ରଘୁନାଥ ଆଶ୍ରମ, ଡ଼ଃ ବଳରାମ ଦାସ, ସମାଜସେବୀ ଜିତେନ୍ଦ୍ର ମହାପାତ୍ର ,ବଦ୍ରି ମିଶ୍ର, ଚକ୍ରଧର ମହାପାତ୍ର , ରାମ ଚନ୍ଦ୍ର ମହାପାତ୍ର , ମଧୁସୂଦନ ମିଶ୍ର, ବିରଞ୍ଚି ମିଶ୍ର, ସ୍ୱାଧୀନ ପଣ୍ଡା ରଞ୍ଜେଷ ସାହୁ, ଗଣେଶ ମହାସୁଆର , ଦେବେନ୍ଦ୍ର ମହାରଣା, ଦିବ୍ୟରଞ୍ଜନ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ପୂଜନ କରିଥିଲେ। ଅଧକ୍ଷ ଶ୍ରୀ ରଥ କହିଥିଲେ “ଏହି ଆମ୍ବୁଲାନ୍ସ ସମ୍ପୂର୍ଣ ଅଣବ୍ୟବସାୟିକ ବ୍ୟବସ୍ଥା ହେବ।

ସେବା ମନଭାବରେ ସାଧୁ, ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଏହି ସୁବିଧା ଉଦ୍ଧିଷ୍ଟ ଅଟେ। ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ ରହିଲେ ଆମ୍ବୁଲାନ୍ସର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଉତ୍କଳ ବିଦ୍ୱତ୍ ପରିଷଦର ଏହି ଉଦ୍ୟମକୁ ଉପସ୍ଥିତ ସାଧୁ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା, କୋସାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ, ସଦସ୍ୟ ସିସେନ ପ୍ରତିହାରୀ, ଚନ୍ଦନ ବ୍ରହ୍ମା ଆଦି ପରିଚାଳନା କରିଥିଲେ। ଆମ୍ବୁଲାନ୍ସ ସେବା ପାଇବାକୁ ୭୭୪୯୦୭୫୭୧୫ ରେ ଯୋଗାଯୋଗ କରିବାକୁ ଅନୁରୋଧ।

Post Views: 561
Share201Tweet126Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In