• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସୋନପୁରରେ ଗର୍ଜିଲେ ଅମିତ ଶାହ, ଓଡିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ

by Voice of Victims
April 25, 2024
in ମୁଖ୍ୟ ଖବର, ରାଜ୍ୟ
ସୋନପୁରରେ ଗର୍ଜିଲେ ଅମିତ ଶାହ, ଓଡିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ

ଭୁବନେଶ୍ବର: ଆଜି ବଲାଙ୍ଗିର ଲୋକସଭା କ୍ଷେତ୍ର ସୋନପୁରରେ ଗର୍ଜନ କରିଛନ୍ତି ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ସେ ଭରପୁର ଜନସମାବେଶରେ ଏଥର ଓଡିଶାରେ ବିଜେପି ସରକାର ଆସିବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଓଡିଶାରୁ 20 ରୁ ଅଧିକ ବିଜେପି ଲୋକସଭା ପ୍ରାର୍ଥୀ ଜିତିକି ଯିବେ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ଶାହ ଭାଷଣରେ ସେ ନବୀନ ପଟ୍ଟନାୟକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡିଶାରୁ ନବୀନ ସରକାରକୁ ଉପାଡି ଦେଇ ବିଜେପି ସରକାର ଆଣ ଦେଖିବ ରାଜ୍ୟର କିପରି ବିକାଶ ହେଉଛି। ସେହିପରି ଓଡିଶାର ବିକାଶ ଦିଗରେ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଓଡିଶାର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ ଏଠାରେ କଳକାରଖାନା ହେବ। ଓଡିଶାର ଲୋକେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ। ସେହିପରି ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି ରାଜ୍ୟ ସରକାର ହଡପ କରି ନିଜ ନାମରେ କରିଦେଉଛନ୍ତି ତାହା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, କେନ୍ଦ୍ର ସରକାର ଚାଉଳ ଦେଉଛନ୍ତି , ହେଲେ ଏଠାରେ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ବାଣ୍ଟୁଛନ୍ତି। ସେହିପରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଘର ଯୋଗାଉଛନ୍ତି ହେଲେ ଏଠାକାର ସରକାର ନିଜର କହି ନାଁ ନେବାକୁ ଚେଷ୍ଠା କରୁଛନ୍ତି। ହେଲେ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଆସିଲେ ଏପରି କରିବାକୁ ଦିଆଯିବ ନାହିଁ। ଅମିତ ଶାହ କହିଥିଲେ ଯେ, ସାରା ଦେଶରେ ଯଦି ଅଧିକ ଖଣିଜ ସଂପଦ ଯଦି କେଉଁଠି ଥାଏ ତେବେ ତାହା ହେଉଛି ଓଡିଶା ରାଜ୍ୟ। ଆଉ ଦେଶରେ ଯଦି ଗରିବ ରାଜ୍ୟ କେଉଁଠି ଥାଏ ତେବେ ତାହା ହେଉଛି ଓଡିଶା ରାଜ୍ୟ। ଏତେ ବର୍ଷ ଧରି ସରକାରରେ ରହି ନବୀନ ପଟ୍ଟନାୟକ ରାଜ୍ୟର ଲୋକଙ୍କୁ ଗରିବରୁ ଉପରକୁ ଉଠାଇ ପାରିଲେ ନାହିଁ। ବିଜେପି ସରକାର ଆସିଲେ ଏହି ରାଜ୍ୟର କିପରି ବିକାଶ ହେବ ତାହା ସାରା ଦେଶ ଦେଖିବ। ଆପଣମାନେ ଏଥର ଓଡିଶାରେ ଡବଲ ଇଂଜିନି ଆଣିବେ କି ନାହିଁ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଶାହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପୁରୀର ବିକାଶ ନାମରେ ରାଜ୍ୟ ସରକାର ତାହାର ଐତିହ୍ୟ ନଷ୍ଟ କରିବାରେ ଲାଗିଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ କାଶୀ ବିଶ୍ବନାଥ ପିଠକୁ ଯେପରି ବିଶ୍ବ ସ୍ତରୀୟ କରାଯାଇଛି, ସେହିପରି ପୁରୀ ଶ୍ରୀଜଗନ୍ନାଥ ଧାମକୁ ତାହା କରାଯିବ ବୋଲି ଶାହ କହିଥିଲେ। ଶାହ ପ୍ରଥମେ ଜୟ ଜଗନ୍ନାଥ, ଜୟ ମା ସମଲେଶ୍ବରୀ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଓଡିଶାରେ ବିଜେପିର ଏହା ହେଉଛି ପ୍ରଥମ ପ୍ରଚାର ସଭା। ଯେଉଁଥିରେ ଅମିତ ଶାହ ଆସି କର୍ମିଙ୍କୁ ଉତ୍ସାହିତ କରିଛନ୍ତି।

Post Views: 32
Tags: Amit Shah roared in Sonepur
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In