• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସ୍ୱାସ୍ଥ୍ୟ

ଭାରତରେ ଏମ୍‌ପକ୍ସ ରୋଗୀ ଚିହ୍ନଟ: ଆଇସୋଲେସନ୍‌ରେ ବିଦେଶ ଫେରନ୍ତା ଯୁବକ ସନ୍ଦିଗ୍ଧ ସଂକ୍ରମିତ

by Voice of Victims
September 8, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସ୍ୱାସ୍ଥ୍ୟ
ଭାରତରେ ଏମ୍‌ପକ୍ସ ରୋଗୀ ଚିହ୍ନଟ: ଆଇସୋଲେସନ୍‌ରେ ବିଦେଶ ଫେରନ୍ତା ଯୁବକ ସନ୍ଦିଗ୍ଧ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସ ବା ଏମ୍‌ପକ୍ସ ଭୂତାଣୁ ଦ୍ୱାରା ସଂକ୍ରମିତ ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି। ବିଦେଶ ଫେରନ୍ତା ଯୁବକ ଏମ୍ ପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଏବେ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। ଅନ୍ୟପକ୍ଷେ ଭାରତରେ ଏମ୍‌ପକ୍ସ ଭୂତାଣୁର ସ୍ଥିତି ସ୍ପଷ୍ଟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ହୋଇ ଉଠିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚିହ୍ନଟ ମଙ୍କିପକ୍ସ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ଯୁବକଜଣକ ନିକଟରେ ଏକ ମଙ୍କିପକ୍ସ ସଂକ୍ରମିତ ଦେଶକୁ ଯାତ୍ରା କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଯୁବକଙ୍କ ଠାରେ ଦେଖାଦେଉଥିବା ଲକ୍ଷଣଗୁଡିକ ଏନ୍‌ସିଡିସି ଦ୍ୱାରା ପୂର୍ବରୁ ଉଲ୍ଲେଖ କରାଯାଇଥିବା ମଙ୍କିପକ୍ସ ସଂକ୍ରମିତଙ୍କ ଲକ୍ଷଣ ସହିତ ସମାନ ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି। ଏଥିସହ ସନ୍ଦିଗ୍ଧ ରୋଗୀଙ୍କ ନମୁନା ପରୀକ୍ଷା ମଧ୍ୟ କରାଯାଉଛି। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ଏମ୍ ପକ୍ସ ସଂକ୍ରମଣ ସମ୍ପର୍କରେ ସ୍ପଷ୍ଟ ହୋଇପାରିବ। ତେବେ ବର୍ତ୍ତମାନ ସୁଦ୍ଧା ତେବେ ଏନେଇ କୌଣସି ଅନାବଶ୍ୟକ ଚିନ୍ତାର କୌଣସି କାରଣ ନାହିଁ। ସନ୍ଦିଗ୍ଧ ଯୁବକଜଣକ ଏବେ ହସ୍ପିଟାଲରେ ଅଛନ୍ତି, ନିମୟିତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ମନ୍ତ୍ରଣାଳୟ ଦର୍ଶାଇଛି। ବିଶ୍ୱସ୍ତରରେ ଏବେ ଏମ୍ ପକ୍ସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଆଫ୍ରିକା ପରେ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେଉଛି। ଗତ ଜୁଲାଇରେ ଏମ୍ ପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ ଚିହ୍ନଟ ହେବା ପରେ ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ହେଲଥ୍ ଏମର୍ଜେନ୍ସି ଘୋଷଣା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ଟି ଦେଶକୁ ମଙ୍କିପକ୍ସ ଭୂତାଣୁ ସଂକ୍ରମିତ ହୋଇସାରିଛି। ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୁ’ ବହୁପୂର୍ବରୁ ହିଁ ଏହି ଭୂତାଣୁଜନିିତ ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିସାରିଛି। ପ୍ରକାଶ, ଏମ୍ ପକ୍ସ ଭୂତାଣୁ ଉଭୟ ବୟସ୍କ ଓ ଶିଶୁଙ୍କୁ ସଂକ୍ରମିତ କରୁଛି। ଏହି ଭୂତାଣୁ ଦ୍ୱାରା ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହା ଏକ ବାୟୁବାହିତ ଭୂତାଣୁ ହୋଇଥିବା ବେଳେ ଏହାକୁ ପ୍ରତିହତ କରିବା କଷ୍ଟକର ହୋଇପଡୁଛି। ଏମ୍ ପକ୍ସ ଏକ ଆତ୍ମ-ସୀମିତ ଭାଇରାଲ୍ ସଂକ୍ରମଣ। ଏହାଦ୍ୱାରା ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ଠାରେ ଦେଖିବାକୁ ମିଳୁଥିବା ଅତି ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ପିଠି ଯନ୍ତ୍ରଣା, କମ୍ ଶକ୍ତି, ଏବଂ ଶରୀରରେ ଛୋଟବଡ଼ ଫୁଲିଯାଇଥିବା ଲସିକା ଗ୍ରନ୍ଥି ଦେଖିବାକୁ ମିଳିଥାଏ। ତେବେ ଏହା ବ୍ୟକ୍ତିର ଶରୀରରେ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ତେବେ ଏହାଦ୍ୱାରା ସଂକ୍ରମିତ ଶିଶୁ ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ପ୍ରାଣଘାତୀ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ୨୦୨୨ରେ ପ୍ରଥମ ଥର ପାଇଁ ଭାରତରେ ଏହି ଭୂତାଣୁଜନିତ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା। ଏହି ସମୟରେ ଦେଶରେ ୩୦ଟି ଏମ୍‌ପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ଜଣେ ବ୍ୟକ୍ତି ଏଥିରେ ପ୍ରାଣ ହରାଇଥିଲେ।

Post Views: 46
Share200Tweet125Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In