ବାଲେଶ୍ୱର ( ଭିଓଭି) ୨୧/୨ : – ମଦ ପାଇଁ ଉଜୁଡି ଯାଉଛି ଅନେକ ଜୀବନ ଏବଂ ପରିବାର । ଜିଲ୍ଲାର ବାହାବଳପୁର ଗ୍ରାମ ମେରାଇନ ଥାନା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଚାଲିଥିଲା ଦେଶୀ ମଦର କାରବାର । ଗ୍ରାମ ର ଆଦିବାସୀ ମହିଳା ମାନେ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୈ।ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା ।

ତେଣୁ ମହିଳାମାନେ ଆଜି ଉତ୍ୟକ୍ତ ହୋଇ ମଦଦୋକାନ ରୁ ମଦ ପ୍ୟାକେଟ୍ ଗୁଡ଼ିକ ଆଣି ଥାନା ସମ୍ମୁଖରେ ଏବଂ ରାସ୍ତା ରେ ଢାଳିଛନ୍ତି । ନିଶାସକ୍ତ ପୁରୁଷ ମାନଙ୍କ ର ଅତ୍ୟାଚାର ସହି ନପାରି ଆଜିଠାରୁ ଗ୍ରାମରେ ମଦ କାରବାର ହେବନାହିଁ ବୋଲି ମହିଳା ମାନେ ଚରମ ନିଷ୍ପତ୍ତି ନେଇଛନ୍ତି । ପ୍ରତିବାଦକାରୀ ଏବଂ ପୋଲିସ ମଧ୍ୟରେ ଉତ୍ତେଜନା ଲାଗିରହିଛି ।
