• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜେପି ବିଧାୟକ ଦଳ ବୈଠକରେ ଘୋଷଣା: ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

by Voice of Victims
February 19, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ବିଜେପି ବିଧାୟକ ଦଳ ବୈଠକରେ ଘୋଷଣା: ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ଦିଲ୍ଲୀକୁ ମିଳିଛି ନୂଆ ତଥା ୯ମ ମୁଖ୍ୟମନ୍ତ୍ରୀ (ସିଏମ୍‌)। ବୁଧବାର ଦୀର୍ଘସମୟ ଧରି ଚାଲିଥିବା ବିଜେପି ବିଧାୟକ ଦଳ ବୈଠକରେ ପ୍ରଥମଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ୫୧ବର୍ଷୀୟ ରେଖା ଗୁପ୍ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବସହମତିକ୍ରମେ ଘୋଷଣା କରାଯାଇଛି। ବିଜେପିର ସଂସଦୀୟ ବୋର୍ଡ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଏବଂ ଓମ୍ ପ୍ରକାଶ ଧନକଡ଼ଙ୍କ ସହ ଅନ୍ୟ ବିଧାୟକମାନେ ସର୍ବସମ୍ମତିକ୍ରମେ ରେଖା ଗୁପ୍ତାଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରିଥିଲେ। ସେ ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ (ଗୁରୁବାର) ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷହୋଇଛି। ପ୍ରକାଶ, ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପରେ ସେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାର ଏକ କୃତୀତ୍ୱର ଅଧିକାରିଣୀ ହେବେ। ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ ୩ ତିନିଥର ମ୍ୟୁନିସିପାଲିଟି କାଉନସିଲର ହୋଇଥିବା ରେଖା ଗୁପ୍ତା ଏଥର ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ସେ ଶାଲିମାର ବାଗରୁ ନିର୍ବାଚନ ଜିତିଛନ୍ତି। ଶାଲିମାର ବାଗ ବିଧାନସଭା ଆସନରୁ ନିର୍ବାଚିତ ରେଖା ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍‌ର ବନ୍ଦନା କୁମାରୀଙ୍କୁ ୨୯ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ରେଖା ଗୁପ୍ତାଙ୍କୁ ୬୮,୨୦୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବନ୍ଦନା କୁମାରୀଙ୍କୁ ୩୮,୬୦୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରବୀଣ ଜୈନଙ୍କୁ ମାତ୍ର ୪,୮୯୨ ଖଣ୍ଡ ଭୋଟ୍ ମିଳିଥିଲା। ୧୯ ଜୁଲାଇ, ୧୯୭୪, ହରିଆଣାରେ ଜନ୍ମିତ ରେଖା ଗୁପ୍ତାଙ୍କ ରାଜନୈତିକ ଯାତ୍ରା ୧୯୯୨ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ଆରମ୍ଭ ହୋଇଥିଲା। ସେ ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛିବର୍ଷ ଧରି ରେଖା ଗୁପ୍ତା ବିଜେପିର ଜଣେ ବରିଷ୍ଠ ନେତା, ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଏବଂ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦିକା ଭଳି ପଦବୀରେ ରହିଛନ୍ତି। ୨୦୦୭ ମସିହାରେ ଉତ୍ତର ପିତମପୁରାରୁ କାଉନସିଲର ଭାବେ ସେ ନିର୍ବାଚିତ ହୋଇଥିଲେ। ତୃଣମୂଳ ସ୍ତରର ଆଭିମୁଖ୍ୟ ଏବଂ ଅତୁଟ ସମର୍ପଣ ପାଇଁ ଜଣାଶୁଣା ରେଖା ଗୁପ୍ତା ଭିତ୍ତିଭୂମି ବିକାଶ, ମହିଳା ସୁରକ୍ଷା ଏବଂ ସ୍ୱଚ୍ଛ ପ୍ରଶାସନ ଉପରେ ଧ୍ୟାନ ଦେଇ ପ୍ରଭାବଶାଳୀ ଶାସନର ଯୁଗ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚୟନ କରିବା ପରେ ସେ ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହିତ ନିଷ୍ଠା ଓ ସଚ୍ଚୋଟତାର ସହିତ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି ପ୍ରତିଜ୍ଞା ନେଉଛନ୍ତି ବୋଲି କହିଛନ୍ତି। ବେଶ୍ କିଛି ଦିନ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ଦୌଡ଼ରେ ପରବେଶ ବର୍ମାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କିନ୍ତୁ ଜଣେ ମହିଳାଙ୍କୁ ଏଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ଚାହୁଁଥିଲେ। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ନୂଆକରି ସରକାର ଗଠନ କରିବାକୁ ଯାଉଥିବା ବିଜେପି ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରି ଚାଲିଥିବା ଚର୍ଚ୍ଚାକୁ ଶେଷ କରିଦେଇଛି। ତେବେ ପରବେଶ ବର୍ମାଙ୍କୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରାଯାଇଛି। ପରବେଶ ବର୍ମା, ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ, ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପରାସ୍ତ କରିଛନ୍ତି।

Post Views: 58
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In