ଭୁବନେଶ୍ବର: ରାଜ୍ୟ ସମବାୟ ୟୁନିଅନ ଆନୁକୁଲ୍ୟ ରେ ୫୪ ତମ ବାର୍ଷିକ ସାଧାରଣ ସଭା ବୈଠକ ପ୍ରଭାସିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ୧୬ ଗୋଟି ଜିଲ୍ଲା ରୁ ପ୍ରାୟ ୭୦ ଜଣ ସଦସ୍ୟ ଯୋଗ ଦେଇ ଥିଲେ । ବିଶେଷ କରି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ପାଢ଼ୀ, ପୁରୀ ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, କଂଗ୍ରେସ କୃଷକ ସମାଜ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ , ମହିଳା ନିଗମ ଅଧ୍ୟକ୍ଷା ସ୍ଵାଧୀନ ବାଲା ଦାସ , ବିଜେପି ସମବାୟ ସେଲର କର୍ମକର୍ତ୍ତା ପରେମଶ୍ବର ଦାସ , ସମବାୟବିତ ପ୍ରତାପ ସାମଲ, ନୂଆପଡ଼ା ଜିଲ୍ଲା ସମବାୟବିତ ରାଜେଶ ନିଗମ, କେନ୍ଦୁଝର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବିଦ୍ୟୁତ କୁମାର ନାୟକ, ମଉରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ବିରେନ୍ଦ୍ର ନାଥ ବସା , ନିଖିଳ ଉତ୍କଳ ସମବାୟବିତ ସଂଘର ସମ୍ପାଦକ ପର୍ଶୁରାମ ମହାପାତ୍ରଙ୍କ ସହିତ ଓଡିଶାର ବହୁ ସମବାୟବିତ ଯୋଗ ଦେଇଥିବା ଜଣାପଡ଼ିଛି । ତତ୍ ସହିତ ରାଜ୍ୟ ସମବାୟ ୟୁନିଅନର ୨୦ ଜଣ ନିର୍ଦ୍ଦେଶକ ମଧ୍ୟ ଯୋଗ ଦେଇଥିଲେ। ପ୍ରଭାସିନୀ ଷଡ଼ଙ୍ଗୀ ରାଜ୍ୟ ସମବାୟ ୟୁନିଅନର ସଭାପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ବାର୍ଷିକ ସାଧାରଣ ସଭା ବୈଠକ ବୋଲି କହିଥିଲେ । ବହୁତ କଥା ଶିଖିଲେ ଓ ଜାଣିଲେ ବୋଲି ମଧ୍ୟ ଉପସ୍ଥିତ ସଭ୍ୟମାନଙ୍କୁ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଓ ଭଲ ପାଇବା ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ଆଗାମୀ ଦିନରେ ସମବାୟ ଆନ୍ଦୋଳନରେ ତାଙ୍କ ଭୂମିକା ଗୁଣ୍ଡୁଚି ମୂଷା ପରି ନିର୍ବାହ କରିବେ ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ବିଶେଷ କରି ଓଡିଶାରେ ସମବାୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଚାର ଓ ପ୍ରସାର କିଭଳି ଗୁରୁତ୍ବ ଦେଇ ପଲ୍ଲୀରୁ ସହର ପହଞ୍ଚିପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ରାଜ୍ୟ ସମବାୟ ୟୁନିଅନର ୪ଟି ତାଲିମ କେନ୍ଦ୍ର ଅଛି ଆଉ ପାଞ୍ଚ ଗୋଟି ତାଲିମ କେନ୍ଦ୍ର ଖୋଲିବା ପାଇଁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ୭୧ ତମ ସମବାୟ ସପ୍ତାହକୁ କେମିତି ଧୁମଧାମରେ ପାଳନ କରାଯିବ ସେ ବିଷୟରେ ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ଆଲୋଚନାରେ ରାଜ୍ୟ ସମବାୟ ୟୁନିଅନର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଗୋକୁଳାନନ୍ଦ ରାଉତ ଭାଗ ନେଇ ତାଙ୍କର ମତ ପୋଷଣ କରିଥିଲେ । ସଭାକୁ ରାଜ୍ୟ ସମବାୟ ୟୁନିଅନର ସଂପାଦକ ବ୍ରହ୍ମାନନ୍ଦ ପରିଡ଼ା ପରିଚାଳନା କରିବା ସହିତ ଶେଷରେ ରାଜ୍ୟ ସମବାୟ ୟୁନିଅନର ଉପ ସଭାପତି ବୀରସେନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
