• About Us
  • Contact Us
Friday, February 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖାର ବାର୍ଷିକ ଅଧିବେଶନ ଓ ନିର୍ବାଚନ

by Voice of Victims
March 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖାର ବାର୍ଷିକ ଅଧିବେଶନ ଓ ନିର୍ବାଚନ

ସତ୍ୟବାଦୀ (ଭିଓଭି): ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ର ନବମତମ ବାର୍ଷିକ ଅଧିବେଶନ ଏବଂ ଆଗାମୀ ଆର୍ଥିକ ବର୍ଷ ପାଇଁ ନିର୍ବାଚନ ଆଜି ୨୨-୦୩-୨୦୨୫, ସାକ୍ଷୀଗୋପାଳ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରକୃତି ର ପ୍ରତିକୂଳ ପରିବେଶ ସତ୍ତ୍ୱେ ସଭ୍ଯ ସଭ୍ୟା ଙ୍କର ଉପସ୍ଥିତି ବହୁତ ଉତ୍ସାହଜନକ ଥିଲା l ଭାରତ ବିକାଶ ପରିଷଦ, ପୂର୍ବ କ୍ଷେତ୍ର ର ପୃଷ୍ଠପୋଷକ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଙ୍କର ଉପସ୍ଥିତି ସଭାର ଗାମ୍ଭୀର୍ଯ୍ୟ କୁ ଆହୁରି ଅଧିକ ମହିମାନ୍ଵିତ କରିଥିଲା l ଭାରତ ବିକାଶ ପରିଷଦ, ରାଷ୍ଟ୍ରୀୟ ସଂସ୍କାର ଆୟୋଗ ସଦସ୍ୟ ବୀଜୟଲକ୍ଷ୍ମୀ ସାହୁ ଙ୍କ ମାର୍ଗଦର୍ଶନ, ଓଡିଶା ପୂର୍ବ ପ୍ରାନ୍ତ ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ଙ୍କ ଭାବଗର୍ଭକ ଭାଷଣ ଓ ମିଡିଆ ପ୍ରଭାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ଵାଇଁ ଙ୍କ ସଙ୍ଗୀତ ଗାନ ସମସ୍ତଙ୍କୁ ବିମୋହିତ କରିଥିଲା l ସତ୍ୟବାଦୀ ଶାଖା ର ପୃଷ୍ଠପୋଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ଙ୍କ ଓଜସ୍ଵିନୀ ଭାଷଣ ଓ ମହିଳା ସହଭାଗୀତା ଉପଦେଷ୍ଟା ଡକ୍ଟର ଜୟଶ୍ରୀ ମହାପାତ୍ର ମହିଳାମାନଙ୍କୁ ଦେଇଥିବା ଦିଗଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l

ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ପ୍ରାନ୍ତୀୟ ସଂସ୍କାର ସଚିବ ଡକ୍ଟର ପ୍ରୀତି ପ୍ରତିଭା ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତଙ୍କ ସହଯୋଗରେ ନିର୍ବାଚନ କାର୍ଯ୍ୟ ସୁଚାରୁରୂପେ ସମାପନ କରାଯାଇଥିଲା l ନବ ନିର୍ବାଚିତ ସଭାପତି ଶ୍ରୀଯୂକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ପରିଡା ଓ ଅର୍ଥ ସଚିବ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କୁ ସ୍ଵାଗତ କରିବା ସହିତ ପାରମ୍ପରିକ ନୀତି ରେ ସଭା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l ଉପସଭାପତି ଶ୍ରୀଯୁକ୍ତ ନବଘନ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ କୁଇଜ୍ ମାଷ୍ଟର ଦିଗନ୍ତ ପତି ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ l

ଆଜି ନୂତନ ସଦସ୍ୟ ଭାବେ ଶ୍ରୀଯୁକ୍ତ ବିଶ୍ଵଜିତ ସତପଥୀ, ହୃଷୀକେଶ ମିଶ୍ର, ପ୍ରଦ୍ୟୁମ୍ନ କୁମାର କର, ବସନ୍ତ କୁମାର ମିଶ୍ର, ସୁଧାକର ମହାପାତ୍ର, ଜେମା ମଣି ସାହୁ, ମମତା ମହାନ୍ତି ପ୍ରମୁଖ ସପଥପାଠ କରିଥିଲେ l ସ୍ୱାସ୍ଥ୍ୟ ସଚିବ ଅମିୟ କୁମାର ସ୍ୱାଇଁ, ସଂଗଠନ ସଚିବ ସୁନୀଲ କୁମାର ବେହେରା, ସେବା ସଚିବ ଲିଙ୍ଗରାଜ ସାହୁ, ମହିଳା ସହଭାଗିତା ସଚିବ ରୀତା ତ୍ରିପାଠୀ, ଅନ୍ନଦା ସୁଆର, ବନ୍ଦନା ଦାସ, ତପସ୍ଵିନୀ ଦାସ, ବିଷ୍ନୁ ମହାରଣା, ବ୍ରହ୍ମାନନ୍ଦ ମହାରଣା, ସଂଗ୍ରାମ ମହାପାତ୍ର, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଆଜିର ସମସ୍ତ କାର୍ଯ୍ୟକ୍ରମ କୁ ସଠିକ ଭାବେ ପରିଚାଳନା କରିଥିଲେ ll

Post Views: 705
Share219Tweet137Send
Voice of Victims

Voice of Victims

Recent Posts

  • ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen
  • ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୩ରୁ ରାଜ୍ୟରେ ବିଜୁଳି ଘଡଘଡି
  • ସ୍ବାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ, ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି
  • ୨୦୨୬-୨୭ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ : କେଉଁ ବିଭାଗ ପାଇଁ କେତେ, ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ବ
  • ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ସୁଧୁରି ଯାଉ ଇରାନ, ନହେଲେ ଭୟଙ୍କର ପରିଣାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In