ବାଲେଶ୍ଵର (ଭିଓଭି),୨୯/୧୧ – ଗତ ଦୁଇ ଦିନ ଧରି ହରୀପ୍ରୀୟା ଇଂରାଜୀ ଭାଷା ବିଦ୍ୟାଳୟ ର ଶିଶୁ ମାନଙ୍କୁ ନେଇ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପାଳନ କରାଯାଇଛି ।ଏଥିରେ ଗଣିତ ଦୈ।ଡ, ଆଳୁଚାମଚ , ୧୦୦ ମିଟର ଦୈ।ଡ, ମ୍ୟୁଜିକ ଚେୟାର , କଲର ବଲ୍ ଇତ୍ୟାଦି ପ୍ରତିଯୋଗୀତା କରାଯାଇଥିଲା । ପୂର୍ବତନ ପୈ।ର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ଟ୍ରଷ୍ଟ ମୂଖ୍ୟ କ୍ଷଣପ୍ରଭା ମହାନ୍ତି , ଟ୍ରଷ୍ଟ ର ସକ୍ରିୟ ସଦସ୍ୟ ଡ଼ଃ ଅମୀୟ କୁମାର ତାଲଦୀ , ଉପସ୍ଥିତ ରହି ଶିଶୁ ମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରିଥିଲେ ।


କୃତୀ ପ୍ରତିଯୋଗୀମାନଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁପ କୁମାର ପରିଡା ସୂଚନା ଦେଇଥିଲେ । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା , ରଶ୍ମିତା ରାଉତ , ସୈ।ଜାମିନି ବେହେରା , ରଚିତା କୋୟଲ ପ୍ରତିଯୋଗିତାର ପରିଚାଳନା କରିଥିଲେ । ଆୟା ନସିମା ଏବଂ ବର୍ଷା ସହଯୋଗ କରିଥିଲେ ।
