ରଣପୁର (ଭିଓଭି) : ରଣପୁର ସିଭିଲ୍ କୋର୍ଟ ପରିସର ମଧ୍ୟରେ ଟିଏଲଏସସି ଚେୟାରମ୍ୟାନ ତଥା ବିଚାରପତି ଅନୁଶ୍ରୁତି ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାର ଆସୋସିଏସନ ସଭାପତି ସୁବାସ ଚନ୍ଦ୍ର ଜେନା, ସରକାରୀ ଓକିଲ ନାରାୟଣ ମହାପାତ୍ର, ଡଃ ବୈଦ୍ୟନାଥ ନନ୍ଦ, ଆଇନଜିବୀ କୃପାସିନ୍ଧୁ ବେହେରା ଓ ହେମପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକ ମାନଙ୍କୁ ଏହି ଦିବସ ପାଳନ କରାଯିବାର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

