• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, କ୍ୟାବିନେଟରେ ନିଷ୍ପତି, ଖର୍ଚ୍ଚ ହେବ ୭,୫୫୦ କୋଟି ଟଙ୍କା

by Voice of Victims
February 8, 2025
in ମୁଖ୍ୟ ଖବର, ରାଜ୍ୟ
ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, କ୍ୟାବିନେଟରେ ନିଷ୍ପତି, ଖର୍ଚ୍ଚ ହେବ ୭,୫୫୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ରାଜ୍ୟର ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରାଯିବ। ଏଥିରେ ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ରାଜ୍ୟ ସରକାର ଯୋଗାଇ ଦେବେ। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଭୋଗିଥିବା ବିସ୍ଥାପିତଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ଏଥିରେ ଅନ୍ତର୍ଭୂକ୍ତ କରାଯିବ। ଏହି ଯୋଜନାରେ ଷ୍ଟିମୁଲସ୍ ବ୍ୟବସ୍ଥା ରହିଛି; ୪ ମାସ ମଧ୍ୟରେ ଘର କାମ ସମାପ୍ତ କଲେ ୨୦ ହଜାର ଟଙ୍କା, ୬ ମାସରେ ସମାପ୍ତ କଲେ ୧୦ ହଜାର ଟଙ୍କା ବୋନସ ମିଳିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୭,୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ରାଜ୍ୟର ୩୧୪ ବ୍ଲକରେ ନୂତନ ଷ୍ଟାଡିୟମ ନିର୍ମାଣ କରାଯିବ। ୧୨ ରୁ୧୫ ଏକର ଜମିରେ ଏହି ଷ୍ଟାଣ୍ଡିୟମ ନିର୍ମାଣ ହେବ। ଫୁଟବଲ, କ୍ରିକେଟ, ଆଥଲେଟିକ୍ସ ଏବଂ ଅନ୍ୟାନ୍ୟ ଖେଳ ପାଇଁ ଏହି ଷ୍ଟାଡିୟମଗୁଡ଼ିକ ଉପୟୁକ୍ତ ହେବ। ୫ ବର୍ଷରେ ୪,୧୨୪ କୋଟି ଟଙ୍କା ବ୍ୟୟ ହେବ। ରାଜ୍ୟରେ ଏକୀକୃତ ପେନସନ ଯୋଜନା ଲାଗୁ ହେବ, ଯାହାକୁ ରାଜ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି। ୩,୩୩,୦୦୦ ଅଧିକାରୀ ଏନପିଏସ୍ କି ୟୁପିଏସ୍ ନେଇ ନିଷ୍ପତ୍ତି ନେବେ। ଡ୍ୟାମ ମରାମତି ପାଇଁ ୬୬୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ହୀରାକୁଦ ଡ୍ୟାମ ପାଇଁ ୩ଟି ପ୍ରକଳ୍ପ ରୂପାୟଣ ହେବ।

ସେତୁ ଏବଂ ରାସ୍ତା ନିର୍ମାଣ ଯୋଜନା:

  • ଚାନ୍ଦବାଲି-ଖରସ୍ରୋତା ସେତୁ
  • କେନ୍ଦ୍ରାପଡ଼ା-ଭଦ୍ରକ ୯ ନମ୍ବର ଜାତୀୟ ରାଜପଥ ସଂଯୋଗ
  • ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ
  • ଝାରସୁଗୁଡା ପୂଜାରିପଲ୍ଲୀ ଘାଟ ଉପରେ ନୂତନ ସେତୁ

ଏହି ଅଭିନବ ଯୋଜନାମାନେ ରାଜ୍ୟର ଅବକାଠାଗତ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Post Views: 40
Tags: Antoday House Scheme will be implemented in the stateapproved by the Cabinetthe expenditure will be Rs 7
Share197Tweet123Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In