• About Us
  • Contact Us
Friday, April 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ଅପରାଜିତାଙ୍କ ଚିନ୍ତା, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

by Voice of Victims
April 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ଅପରାଜିତାଙ୍କ ଚିନ୍ତା, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ । ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ର ନିଷ୍ପତ୍ତିକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି । ଏହି ପ୍ରକଳ୍ପକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପାଞ୍ଚ ପୃଷ୍ଠାର ବିସ୍ତୃତ ଚିଠି ଲେଖି ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ ଭୁବନେଶ୍ୱରର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାକୁ ଦେଖିଲେ ମେଟ୍ରୋ ଏକ ଜରୁରୀ ଆବଶ୍ୟକତା । ପ୍ରକଳ୍ପ ବନ୍ଦ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏବେ ଏହାକୁ ବନ୍ଦ କରିଦେଲେ ଭବିଷ୍ୟତରେ ଆରମ୍ଭ କରିବା ପାଇଁ ୨ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

ମେଟ୍ରୋ ଚାଲିଲେ ପର୍ଯ୍ୟଟନର ବିକାଶ ହେବ ଏବଂ କଟକ, ଖୋର୍ଦ୍ଧା, ଜଟଣୀ ଭଳି ଅଞ୍ଚଳର ଲୋକେ ଉପକୃତ ହେବେ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଓ ପାଣ୍ଠି ଆଣିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ରାଜ୍ୟ ସରକାରଙ୍କ କହିବା କଥା ଯେ, ଏଥିରେ ଯାତ୍ରୀ ସଂଖ୍ୟା କମ୍ ରହିବାର ଆଶଙ୍କା ଅଛି ଏବଂ ଏହା ଦ୍ୱାରା ଆର୍ଥିକ କ୍ଷତି ହୋଇପାରେ। ସେଥିପାଇଁ ସରକାର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରି ଅନ୍ୟ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି ।

Post Views: 172
Share202Tweet127Send
Voice of Victims

Voice of Victims

Recent Posts

  • ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା
  • ଏପ୍ରିଲ ୨୭ ତାରିଖ ସୁଦ୍ଧା ସବୁ ସ୍କୁଲରେ ପୋଷାକ ବଣ୍ଟନ ହେବ: ନିତ୍ୟାନନ୍ଦ ଗଣ୍ଡ
  • ସୁସ୍ଥ ବାତାବରଣ ସୃଷ୍ଟି କରି ସିଜିମାଳୀ ସମସ୍ୟାର ସମାଧାନ କରାଯାଉ, ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ
  • କାଲିଠାରୁ ବଢ଼ିବ ଦିନର ତାପମାତ୍ରା, ୪୦ ଡିଗ୍ରୀ ଡେଇଁବ ପାରଦ
  • ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି: ନଗର ଉନ୍ନୟନ ମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In