ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହ ବିଏସଏଫର ଅଳଙ୍କରଣ ସମାରୋହରେ ଭାଗ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲେ । ସମାରୋହରେ ଭାରତୀୟ ସେନାର ପ୍ରଶଂସା କରିଥିଲେ ଅମିତ ଶାହ । ଅପରେସନ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି । BSF ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢିପାରିବନି । ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଠିକଣାକୁ ଧ୍ବଂସ କରିଛୁ । ଅପରେସନ ସିନ୍ଦୂର ଦ୍ବାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି, ଆଗକୁ ବି ଜାରି ରହିବ ବୋଲି କହିଛନ୍ତି ।

ଅପରେସନ ସିନ୍ଦୂର ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି, ସେନାର କ୍ଷମତା ଏବଂ ଖବର ସଂଗ୍ରହ ସଠିକ୍ ହେବା ଯୋଗୁଁ ସଫଳ ହୋଇପାରିଛି । ପାକିସ୍ତାନ ଦୀର୍ଘଦିନରୁ ଅନେକ ଘଟଣାରେ ଆମ ଉପରେ ସଂରକ୍ଷଣାତ୍ମକ ପ୍ରକ୍ରିୟା ଆପଣାଇଛି, ଯାହାର ଆମେ ଉଚିତ ଜବାବ ଦେଇନଥିଲୁ ।
୨୦୧୪ ରେ ଉରି ଆକ୍ରମଣ ପରେ ଆମେ ସର୍ଜିକାଲ ଷ୍ଟ୍ରାଇକ କରିଥିଲୁ । ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ଉରିରୁ ଜବାବ ଦେଇଥିଲା । ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ମହିଳାଙ୍କ ସିନ୍ଦୂର ପୋଛିଥିବା ଆତଙ୍କୀକୁ ଜବାବ ଦେଇଛୁ । ଅପରେସନ ସିନ୍ଦୂର ଏବଂ ଭାରତୀୟ ସେନାକୁ ସମଗ୍ର ବିଶ୍ବରେ ପ୍ରଶଂସା କରାଯାଉଛି । ଆମ ସେନା ୧୦୦ କିମି ଭିତରେ ପଶି ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା । ଏହାକୁ ନେଇ ଆମେ ଗର୍ବିତ ।
