• About Us
  • Contact Us
Friday, March 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିହାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଶ୍ବିନୀ ଚୌବେଙ୍କ ବଡ଼ ମନ୍ତବ୍ୟ;  କହିଲେ ନୀତୀଶ କୁମାର କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ହେବା ଉଚିତ

by Voice of Victims
April 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିହାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଶ୍ବିନୀ ଚୌବେଙ୍କ ବଡ଼ ମନ୍ତବ୍ୟ;  କହିଲେ ନୀତୀଶ କୁମାର କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ହେବା ଉଚିତ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ହେବା ଉଚିତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଶ୍ବିନୀ ଚୌବେଙ୍କ ଏଭଳି ମନ୍ତବ୍ୟ ବିହାର ରାଜନୀତିରେ ଗୁଞ୍ଜରଣ ସୃଷ୍ଟି କରିଛି । ଯଦି ଅଶ୍ବିନୀ ଚୌବେଙ୍କ କଥାକୁ ମାନିନିଆଯାଏ ତାହାହେଲେ ଉପରୋକ୍ତ ମନ୍ତବ୍ୟ ଠିକ ହେବ । ନୀତୀଶଙ୍କ ମନ୍ତ୍ରୀମଣ୍ଡଳରେ ଦିନେ ମନ୍ତ୍ରୀଭାବେ କାମ କରିଥିବା ଅଶ୍ବିନୀ ବିହାର ମୁଖ୍ୟମନ୍ତ୍ରୀଙ୍କ ଏବେ କେନ୍ଦ୍ରରେ ଆବଶ୍ୟକତା ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ।
 
ଏବର୍ଷ ଶେଷ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନରେ ଏନଡିଏ ମେଣ୍ଟ ନୀତୀଶ କୁମାରଙ୍କ ନେତୃତ୍ବରେ ଲଢ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ସ୍ପଷ୍ଟ କରିଛନ୍ତି । ତେଣୁ ଅଶ୍ବିନୀଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ବୋଲି ଅଭିହିତ କରି ଜେଡିୟୁ ଏହି ପ୍ରସଙ୍ଗକୁ ହାଲୁକା କରିବାକୁ ଚେଷ୍ଟା କରୁଛି । 

 ମାତ୍ର ବିହାର ବିଜେପି ତୁଙ୍ଗ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିବା ଅଶ୍ବିନୀଙ୍କ ମନ୍ତବ୍ୟକୁ ଏତେ ହାଲୁକ ଭାବେ ନିଆଯାଇପାରିବନି । ଅଶ୍ବିନୀଙ୍କ ମନ୍ତବ୍ୟ ବିଜେପି ତୁଙ୍ଗ ନେତାମାନଙ୍କର ବିହାରକୁ ନେଇ ଏକ ସୁଚିନ୍ତିତ ଯୋଜନାର ଏକ ଅଂଶ ବୋଲି କୁହାଯାଇପାରେ । ସୁଶାସନ ବାବୁ ଭାବେ ଖ୍ୟାତ ନୀତୀଶ କୁମାର ବାରମ୍ବାର ଦଳ ବଦଳାଇବା ଯୋଗୁଁ ପଲଟୁରାମ ଭାବେ ମଧ୍ୟ ପରିଚିତ ।

ତାଛଡା ବିଭିନ୍ନ କାରଣ ଯୋଗୁଁ ନୀତୀଶ କୁମାର ମାନସିକ ଓ ଶାରିରୀକ ଅବସ୍ଥା ଠିକ ରହୁନାହିଁ ବୋଲି ସମାଲୋଚନା ହୁଏ । ଗତ ନିର୍ବାଚନରେ ଅଧିକ ଆସନ ଜିତିଥିଲା ବିଜେପି । ତଥାପି ନୀତୀଶ କୁମାରଙ୍କ ଉଜ୍ଜ୍ବଳ ଭାବମୂର୍ତ୍ତି ଆଧାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିଦେଇଥିଲା । ମାତ୍ର ୧୮ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତୀଶ ଛାୟାରୁ ମୁକ୍ତ ହେବାକୁ ବିଜେପି ଚାହୁଛି । ଏହା ବି ହୋଇପାରେ ଏଥରକ ବିଧାନସଭା ନିର୍ବାଚନରେ ବିଜେପି ନିଜ ଦଳୀୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଇପାରେ । ଏହା ବଦଳରେ ନୀତୀଶଙ୍କୁ କେନ୍ଦ୍ରରେ ଏକ ଉଚ୍ଚ ପଦବୀ ଦେଇ ବିହାରରେ ତାଙ୍କୁ ସମ୍ମାନଜନକ ବିଦାୟ ଦେଇପାରେ ।

Post Views: 72
Share199Tweet124Send
Voice of Victims

Voice of Victims

Recent Posts

  • ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ
  • ସଡ଼କ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକ ମୃତ
  • ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ, ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିବ!
  • ନିତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ରାଜ୍ୟସଭା ଯିବାକୁ ଚାହୁଁଛି
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In