• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ବି ଚାଲିପାରିଲାନି ବିଧାନସଭା, ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି

by Voice of Victims
September 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ବି ଚାଲିପାରିଲାନି ବିଧାନସଭା, ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ୱର : ଆଜି ବି ବିଧାନସଭା ହୁଲସ୍ତୁଲ । ସାରର ଅଭାବ ଓ କଳାବଜାରୀ ପ୍ରସଙ୍ଗରେ ତାତିଲା ଗୃହ । ବିରୋଧୀ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ ।  ଫଳରେ ଗୃହ ଚାଲିପାରିନଥିଲା ।  ଅଚଳାବସ୍ଥା ଯୋଗୁ ବିଧାନସଭା ଅଧିବେଶନକୁ ଆଜି ଅପରାହଣ ୪ଟା ଯାଏ ବାଚସ୍ପତି ସୁରମା ପାଢ଼ୀ ମୁଲତବି ରଖିଥିଲେ । ଅପରାହ୍ଣ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ  ।  ଫଳରେ ଗୃହକୁ ସୋମବାର ଯାଏ  ମୁଲତବି ରଖିଲେ ବାଚସ୍ପତି ।

ବିଧାନସଭାରେ ସାର ତାତି। ଗୃହ କାର୍ଯ୍ୟ ଆଜି ବି ଅଚଳ। ଗତକାଲି ବିଧାନସଭା ଠପ୍ ହୋଇପଡିଥିବା ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟମାନେ ଗୃହମଧ୍ୟଭାଗକୁ ମାଡି ଆସିଥିଲେ। ହାତରେ ଧରିଥିଲେ ପୋଷ୍ଟର, ବ୍ୟାନର। ସରକାରୀ ବିରୋଧୀ ନାରାବାଜି କରିଥିଲେ। ସରକାରଙ୍କ ଚାଷୀ ମାରଣ ନୀତି ଚଳିବ ନାହିଁ। ଏମିତି ନାରାବାଜିରେ କମ୍ପିଥିଲା ବିଧାନସଭା। ଗୃହରେ ଅଚଳାବସ୍ଥା ଦେଖି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।

ବିଜେଡିର ଯୁକ୍ତି ସାରା ରାଜ୍ୟରେ ୬୦ ଭାଗ ଲୋକେ ଚାଷ ଉପରେ ନିର୍ଭର। ସରକାର କହୁଛନ୍ତି ସାର ମହଜୁଦ ଅଛି। କିନ୍ତୁ ସାର ବସ୍ତାଏ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ତେଣୁ ବିଧାନସଭାରେ ସବୁ କାର୍ଯ୍ୟକୁ ବାତିଲ କରି ମୋସନ ଆଣି ସାର ଅଭାବ ଉପରେ ଆଲୋଚନା କରିବାକୁ ଅଡିବସିଛି ବିଜେଡି। ସେପଟେ ଗୃହରେ ଅଚଳାବସ୍ଥା ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି କଂଗ୍ରେସ। ଅନାସ୍ଥା ଭୟରେ ଗୃହ ଚଳାଇ ଦେଉନାହାନ୍ତି ଅଭିଯୋଗ କରିଛି।

ସେପଟେ ବିଧାନସଭାରେ ବିଜେଡିର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛି ଶାସକ ଦଳ। ଓଡ଼ିଶାର ବିକାଶ ବିଜେଡି ଓ କଂଗ୍ରେସ ଚାହୁଁନାହାନ୍ତି। ବିଧାନସଭାରେ ଆଲୋଚନା ହେଲେ ସମସ୍ୟାର ସମାଧାନ ବାହାରିବ। କିନ୍ତୁ ଆଲୋଚନା ଦୂରେଇ ରହି ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି। ଓଡିଶାବାସୀ କେବେ ତାଙ୍କୁ କ୍ଷମା କରିବେ ନାହିଁ। ଚାଷୀଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛି ବିଜେଡି। ସାର କଳାବଜାରୀ ପ୍ରସଙ୍ଗରେ ଗୃହରେ ଆଲୋଚନା ହେଲେ ବିରୋଧୀଙ୍କ ମିଛ କଥା ଫର୍ଦ୍ଦଫାସ ହୋଇଯିବ। ସେଥିପାଇଁ ଭୟରେ ବିଧାନସଭା ଚଲାଇ ଦେଉନାହାନ୍ତି ବୋଲି ବିଜେପି କହିଛି।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In