ନୂଆଦିଲ୍ଲୀ : ମହାକାଶଚାରୀ ତଥା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗ୍ରୁପ୍ କ୍ୟାପଟେନ ଶୁଭାଂଶୁଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ସାଧାରଣତନ୍ତ୍ର ଦିବସ ଅବସରରେ ଗତକାଲି ସନ୍ଧ୍ୟାରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ମିଳିଛି ।
ଗତବର୍ଷ ଜୁନ୍ରେ ଶୁଭାଂଶୁ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ ଯାତ୍ରା କରିଥିଲେ । ସେ ମହାକାଶ କେନ୍ଦ୍ରରେ ୧୮ଦିନ ଅବସ୍ଥାନ କରି ପୃଥିବୀକୁ ଫେରିଥିଲେ । ଶୁଭାଂଶୁଙ୍କୁ ଅଶୋକ ଚକ୍ର ପୁରସ୍କାର ବ୍ୟତୀତ ୩ଜଣଙ୍କୁ କୀର୍ତ୍ତି ଚକ୍ର, ୧୩ ଜଣଙ୍କୁ ସୌର୍ଯ୍ୟ ଚକ୍ର, ଜଣଙ୍କୁ ବାର ଟୁ ସେନା ଓ ୪୪ଜଣଙ୍କୁ ସେନା ପଦକ ପ୍ରଦାନ କରାଯାଇଛି ।
ଲକ୍ଷ୍ନୌରେ ଜନ୍ମିତ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ୧୭ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କାରଗିଲ ଯୁଦ୍ଧ ଏବଂ ଭାରତୀୟ ବାୟୁ ସେନାର ଏୟାର ଶୋରୁ ପ୍ରେରିତ ହୋଇଥିଲେ ଶୁଭାଂଶୁ ଶୁକ୍ଲା । ଶୁଭାଂଶୁ ଶୁକ୍ଲା ସୁଖୋଇ, ଏମଆଇଜି, ଜାଗୁଆର ଭଳି ଜେଟରେ ୨୦୦୦ରୁ ଅଧିକ ଘଣ୍ଟା ଉଡ଼ାଣ ଭରିଛନ୍ତି ।
