• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୧୦ରେ କୃମିନାଶକ ଔଷଧ ଖାଇବେ ବାଳକବାଳିକା

by Voice of Victims
February 6, 2025
in ମୁଖ୍ୟ ଖବର, ରାଜ୍ୟ
୧୦ରେ କୃମିନାଶକ ଔଷଧ ଖାଇବେ ବାଳକବାଳିକା

ଭୁବନେଶ୍ୱର: ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତଦିନ ୧ରୁ ୧୯ ବର୍ଷ ବୟସର ବାଳିକାବାଳକ ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ (ଦ୍ରବଣ/ବଟିକା) ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବେ। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫ ପକ୍ଷରୁ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ଏହି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଉକ୍ତ ଦିନ ତଥା ଏହି ମାସରେ ସରକାରୀ ଟିକାକରଣ କେନ୍ଦ୍ର ଓ ସ୍ବତନ୍ତ୍ର ଭିଚ୍‌ଏନ୍‌ଡି ପ୍ରୋଗ୍ରାମରେ ୯ ମାସରୁ ୬୦ ମାସ ବୟସର ସମସ୍ତ ପିଲାଙ୍କୁ ବୟସ ମୁତାବକ ଉପଯୁକ୍ତ ମାତ୍ରାରେ ‘ଭିଟାମିନ ଏ’ ଦ୍ରବଣ ମଧ୍ୟ ଦିଆଯିବ। ଯେଉଁମାନେ ୧୦ ତାରିଖରେ ଔଷଧ ଖାଇପାରି ନ ଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଦାନ କରାଯିବ। ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, କେନ୍ଦ୍ର ସରକାର ଏବଂ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନଓ୍ବାନି କେନ୍ଦ୍ର, ପ୍ଲେ ସ୍କୁଲ, ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନରେ କୃମିନାଶକ ଦିବସ ପାଳନ କରାଯିବ।

Post Views: 34
Tags: At 10
Share197Tweet123Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In