ବାଲେଶ୍ବର: କାଶ୍ମୀରର ପହଲଗାଓଁରେ ନିଷ୍ଠୁର ଆତଙ୍କବାଦୀଙ୍କ ଗୁଳିରେ ନିରୀହ ୨୮ ଜଣ ପରଯ୍ୟଟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାତ ସରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ ‘ଅପରେସନ ସିନ୍ଦୁର’ କରାଯାଇ ସଫଳତା ହାସଲ କରିବାରେ ଭାରତୀୟ ସୈନ୍ୟ ତା’ର ବୀରତ୍ବ ପ୍ରଦର୍ଶନ କରି ପ୍ରତି ଭାରତୀଙ୍କୁ ଗର୍ବିତ କରାଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ତଥା ବିଭିନ୍ନ ମାଧ୍ୟମରେ ଭାରତୀୟ ବୀର, ପରାକ୍ରମୀ ଓ ସାହସୀ ସୈନ୍ୟଙ୍କୁ ସମ୍ମାନ ଓ ସମର୍ଥନ ଜଣାଇ ଥିବାବେଳେ ନୋସି କଲଚ୍ୟୁରାଲ ଏକାଡେମି ତରଫରୁ ୫୩ତମ ଫେସବୁକ କବିତା ଆସରରେ କବିମାନେ ନିଜ ନିଜର ସ୍ବରଚିତ କବିତା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି। ଏହି କବିତା ଆସରକୁ ଏକାଡେମୀର ମୁଖ୍ୟ ଉପଦେଷ୍ଟା ଶିଳ୍ପୀ କେଶୁଦାସ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଗଗନ ସେଠୀ ଓ ମଧୁସୂଦନ ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ।
ମୁଖ୍ୟ ଅତିଥି ଭାବରେ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଯୋଗ ଦେଇ ନିଜର ସୈନିକ ଜୀବନର ଅନୁଭୁତି କହିବା ସହ ଆଗାମୀ ପିଢୀ ସଚେତନ ବାଣୀ ପ୍ରଦାନ କରିଥିଲେ। କବି ପ୍ରଭାତ କୁମାର ଆଚାର୍ଯ୍ୟ, ପ୍ରଭାକର ସାହୁ, ପଦ୍ମଲୋଚନ ପ୍ରଧାନ, ଶାନ୍ତି ପଣ୍ଡା, କଲ୍ୟାଣୀ ନନ୍ଦ, ଡ଼ଃ ରତ୍ନାକର ସିଂହ, ଚିତ୍ରା ରାଣୀ ପାତ୍ର , ପ୍ରବୀର କୁମାର କମିଳା, ତାପସ ସାହୁ ପ୍ରମୁଖ କବିତାରେ କବିତାରେ ବୀର ପରାକ୍ରମୀ ଓ ସାହସୀର ଗାଥା ଗାଇ ସମ୍ମାନ କରିଥିଲା । କଣ୍ଠଶିଳ୍ପୀ ଜୀବନ ମହାପାତ୍ର , କୁମାର ଅତନୁ, କୁମାର ଏକାଦଶୀ ଓ ନନ୍ଦିନୀ ନାୟକ ସଂଗୀତ ପରିବେଷଣ କରିଥିଲେ। ସେହିପରି କୁନି ନୃତ୍ୟ ଶିଳ୍ପୀ ଦୁର୍ଗେଶ୍ବରୀ ସିଂ, ଦେବାନନ୍ଦ ସିଂ ନୃତ୍ୟ ପରିବେଷଣ କରିଥିଲା ବେଳେ କୁମାର ସତ୍ୟମ୍ ଧନ୍ୟବାଦ ପ୍ରଦାନ କରିଥିଲେ।
