• About Us
  • Contact Us
Wednesday, March 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ — ମହତପଲ୍ଲାରେ ବାର୍ଷିକ ଉତ୍ସବ

by Voice of Victims
March 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ — ମହତପଲ୍ଲାରେ ବାର୍ଷିକ ଉତ୍ସବ

ରଣପୁର, ୦୩/୦୩ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ମହତପଲ୍ଲା ଗ୍ରାମର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ମହତପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୫-୨୦୨୬ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବରମୟ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସର ରଙ୍ଗିନ ସାଜସଜ୍ଜା , ପ୍ରଦର୍ଶନୀ ଓ ସାଂସ୍କୃତିକ ମଞ୍ଚରେ ଉତ୍ସବମୟ ରୂପ ଧାରଣ କରିଥିଲା ।

ଏହି ଉତ୍ସବରେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଅଭୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁଣତ୍ୱ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ନୈତିକ ମୂଲ୍ୟବୋଧ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ମହତପଲ୍ଲା ସରପଞ୍ଚ ବିନୋଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ଦେଇ ବିଦ୍ୟାଳୟର ସମଗ୍ର ଉନ୍ନତି ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଧୀରେନ୍ଦ୍ର ସାମନ୍ତରାୟ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିଶ୍ୱଜିତ ମହାପାତ୍ର, ସମ୍ପାଦକ ଅଶୋକ କୁମାର ବେହେରା, ଏନ.ପି.ଏସ. ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ କର, ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି ତଥା ବ୍ଲକ ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା, ଗୋପାଳପୁର କ୍ଲଷ୍ଟର ସି.ଆର.ସି.ସି ଚିତ୍ତରଞ୍ଜନ କୁଣ୍ଡ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁ ପ୍ରସାଦ ସାହୁ, ପଞ୍ଚସଖା ଶିକ୍ଷାସେତୁ ଯୋଜନାର ଦୁର୍ଯ୍ୟୋଧନ ବଳିୟାରସିଂହ, ଶିକ୍ଷାବିତ୍ ପ୍ରଫୁଲ ବିଶ୍ୱାଳ, ମହେନ୍ଦ୍ର ସୁବୁଦ୍ଧି ଓ ବାଳକୃଷ୍ଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା । ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ଦାସ, କଳା ଶିକ୍ଷକ ଭାସ୍କର ସ୍ୱାଇଁ, କଳ୍ପନା ଜେନା ଓ ରଶ୍ମିତା ସାହୁଙ୍କ ସ୍ୱରଚିତ ଓ ନିଜସ୍ୱ ଲେଖା ନାଟକ, କବିତା ଓ ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା । ଛାତ୍ରଛାତ୍ରୀମାନେ ତାଙ୍କର ନୃତ୍ୟ, ଗୀତ ଓ ନାଟ୍ୟ ପ୍ରଦର୍ଶନରେ ଅପାର ପ୍ରତିଭାର ପରିଚୟ ଦେଇଥିଲେ ।

ଏହି ଅବସରରେ ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଓ ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ଶିକ୍ଷକମାନଙ୍କ ସମନ୍ୱିତ ପ୍ରୟାସ ଓ ଅଭିଭାବକ ତଥା ଗ୍ରାମବାସୀମାନଙ୍କ ସକ୍ରିୟ ସହଯୋଗରେ ଏହି ବାର୍ଷିକ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସମସ୍ତ ମହଲରେ ପ୍ରଶଂସା ପ୍ରକାଶ ପାଇଛି ।

Post Views: 42
Share202Tweet126Send
Voice of Victims

Voice of Victims

Recent Posts

  • ତେଲ ଟ୍ୟାଙ୍କର ଜଗିବ ଯୁଦ୍ଧ ଜାହାଜ, ସମୁଦ୍ରରେ ବନ୍ଦ ହେବନି ବ୍ୟାପାର
  • ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ରାଜଧାନୀରେ ଚାଞ୍ଚଲ୍ୟ, ହୋଲିରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ
  • ହୋଲିର ଶୁଭେଚ୍ଛା ଜଣାଇଲେ ନବୀନ, ଶାନ୍ତିଶୃଙ୍ଖଳାର ସହ ପର୍ବ ପାଳିବାକୁ କରିଛନ୍ତି ଅପିଲ
  • ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ — ମହତପଲ୍ଲାରେ ବାର୍ଷିକ ଉତ୍ସବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In