• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

by Voice of Victims
April 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

ରଣପୁର, ୦୧/୦୪ : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱ-ଗଣନା (Self Enumeration) ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବାବେଳେ ରଣପୁର ବ୍ଲକରେ ଏହାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଏହି ପରିପ୍ରେକ୍ଷିତରେ ରଣପୁର ତହସିଲଦାର ଡ଼. ଆର୍ଯ୍ୟ କୁମାର ସର୍ବଦାମନ ବ୍ଲକର ବିଭିନ୍ନ ପ୍ରମୁଖ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କୁ ସ୍ୱ-ଜନଗଣନା ବିଷୟରେ ସଚେତନ କରିବା ସହିତ ଅନଲାଇନ ପୋର୍ଟାଲରେ ନିଜ ତଥ୍ୟ ପଞ୍ଜିକରଣ କରିବାରେ ସହାୟତା କରିଥିଲେ।

ପ୍ରଥମ ଦିନରେ ସେ ରଣପୁରର ଲତାର ଗ୍ରାମକୁ ଯାଇ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କୁ ସ୍ୱ-ଗଣନାରେ ସହଯୋଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରାଙ୍କ କନ୍ଧନୟାଗଡ଼ ସ୍ଥିତ ବାସଭବନକୁ ଯାଇ ସେଠାରେ ମଧ୍ୟ ସ୍ୱ-ଗଣନା ପଞ୍ଜିକରଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ସେହିପରି ଶିଳ୍ପପତି ସର୍ବେଶ୍ୱର ସାହୁଙ୍କ ରାଜସୁନାଖଳା ସ୍ଥିତ ବାସଭବନକୁ ଯାଇ ତାଙ୍କୁ ମଧ୍ୟ ଏହି ଅଭିଯାନ ବିଷୟରେ ଅବଗତ କରାଯାଇ ସ୍ୱ-ଗଣନାରେ ପଞ୍ଜିକରଣ କରାଯାଇଥିଲା। ଏହାସହ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରାଙ୍କର ମଧ୍ୟ ସଫଳତାର ସହିତ ସ୍ୱ-ଗଣନା ପଞ୍ଜିକରଣ ହୋଇଥିଲା। ଏହି ସଚେତନତା ଓ ପଞ୍ଜିକରଣ କାର୍ଯ୍ୟରେ ପ୍ରଶିକ୍ଷକ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ନୀଳଚକ୍ର ଜ୍ୟୋତି ରଂଜନ ଓ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହି ବୈଷୟିକ ସହଯୋଗ ପ୍ରଦାନ କରିଥିଲେ।

ସ୍ୱ-ଜନଗଣନା ମାଧ୍ୟମରେ ନାଗରିକମାନେ ନିଜ ତଥ୍ୟ ନିଜେ ଅନଲାଇନରେ ପଞ୍ଜିକରଣ କରିପାରୁଥିବାରୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଥିବା ଦେଖାଯାଉଛି। ସରକାରୀ ପକ୍ଷରୁ ସମସ୍ତଙ୍କୁ ଏହି ପ୍ରକ୍ରିୟାରେ ସ୍ୱୟଂ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜଣାଯାଇଛି।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା
  • ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା; ୫ ଦିନ ରାଜ୍ୟରେ ଏଭଳି ସ୍ଥିତି
  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In