• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜି ନୁହେଁ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ-୪ ଲଞ୍ଚ୍, ଇସ୍ରୋ ପକ୍ଷରୁ ମିଶନରେ ହେବ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ

by Voice of Victims
June 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆଜି ନୁହେଁ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ-୪ ଲଞ୍ଚ୍, ଇସ୍ରୋ ପକ୍ଷରୁ ମିଶନରେ ହେବ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ

ନୂଆଦିଲ୍ଲୀ: କାଲି ଲଞ୍ଚ ହେବ ଭାରତର ଆଶା ଓ ଆକାଂକ୍ଷାର ମିଶନ ଆକ୍ସିଓମ-୪ । ଆଜି ଲଞ୍ଚ୍ ହେବାର ଥିଲା । ଖରାପ ପାଗ ଯୋଗୁଁ ୧୧ ତାରିଖକୁ ଘୁଞ୍ଚିଲା । ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ୧୧ ତାରିଖ ଅପରାହ୍ଣ ସାଢ଼େ ୫ଟା ବେଳେ ମିସଲ ଲଞ୍ଚ ହେବ । ଏହି ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା । ଆମେରିକାର କେନେଡି ସ୍ପେଶ ସେଣ୍ଟରରୁ ଲଞ୍ଚ ହେବ ଆକ୍ସିଓମ-୪ ମିଶନ । ଏହି ମିଶନ ପାଇଁ ଆଜି ଫାଷ୍ଟ ଲଞ୍ଚ ରିହର୍ସାଲ ହୋଇଛି ।

ସୂଚନାନୁଯାୟୀ, ମହାକାଶଚାରୀମାନେ ISSରେ ପ୍ରାୟ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବା ସହ ପ୍ରଯୁକ୍ତି ପ୍ରଦର୍ଶନ କରିବେ । ତେବେ ଇସ୍ରୋ ପକ୍ଷରୁ ଏହି ମିଶନରେ ୧୦ଟି ପ୍ରମୁଖ ପରୀକ୍ଷଣ ହେବ । ଏଥିରେ ମାଂସପେଶୀ କୋଶିକା ପୁନଃଗଠନ, ମୁଗ ଓ ମେଥି ଭଳି ୬ଟି ଶସ୍ୟର ଅଙ୍କୁରୋଦଗମ, ଶୈବାଳର ବିକାଶ, ଟାର୍ଡିଗ୍ରେଡ ବା ଜଳ ଭାଲୁର ଜୀବନଚକ୍ର ଓ ବଂଶବୃଦ୍ଧି, ମାଇକ୍ରୋଗ୍ରାଭିଟି ବା ନଗଣ୍ଯ ମାଧ୍ୟାକର୍ଷଣ ଶକ୍ତିରେ ପ୍ରଯୁକ୍ତି ମାଧ୍ୟମରେ ଯୋଗାଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସାମିଲ ରହିଛି । ସେହିପରି ମହାକାଶରେ ଡାଇବେଟିସ ପୀଡିତଙ୍କ ଉପରେ ପ୍ରଭାବ ସମ୍ପର୍କରେ ମଧ୍ୟ ଗବେଷଣା ହେବ । ଭାରତର ଆଗାମୀ ଗଗନାୟାନ ମିଶନ ପାଇଁ ଆକ୍ସିଓମ-୪ ମିଶନ ପରୀକ୍ଷଣରେ ବେଶ ଗୁରୁତ୍ୱ ରହିଛି।

ଏପଟେ ମହାକାଶ ଯାତ୍ରା କରି ୪୧ବର୍ଷ ପରେ ଭାରତକୁ ଅନ୍ତରୀକ୍ଷ ଉଡାଣରେ ଫେରୁଛି । ଏହା ପୂର୍ବରୁ ୧୯୮୪ ରେ ରାକେଶ ଶର୍ମା ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚିଥିଲେ । ଏଥି ସହିତ ଏହି ଆକ୍ସିଓମ-୪ ମିଶନରେ କମାଣ୍ଡର ପେଗି ହ୍ବିଟସନ୍, ପାଇଲଟ ଶୁକ୍ଲା ଏବଂ ହଙ୍ଗେରୀର ବିଶେଷଜ୍ଞ ଟିଗୋର କାପୁ ଏବଂ ପୋଲାଣ୍ଡର ସ୍ଲାଭୋଜ୍ ଉଜ୍ଞାନସ୍କି-ୱିସ୍ନିୱସ୍କି ସାମିଲ ଅଛନ୍ତି । ଏହା  ୧୪ଦିନିଆ ମିଶନ ରହିବ । ଏହି ମିଶନରେ ଶୁଭାଂଶୁ ISSଯିବାରେ ପ୍ରଥମ ହେଲେ ମହାକାଶ ଯିବାରେ ଭାରତୀୟ ଦ୍ବିତୀୟ ହେବ । ଏହା ସମେତ ୧୪ ଦିନିଆ ମିଶନ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ମାନବ ମହାକାଶ ଉଡ଼ାଣର ପୁନରାବୃତ୍ତିକୁ ‘ସାକାର’ କରିବ ।

Post Views: 73
Share197Tweet123Send
Voice of Victims

Voice of Victims

Recent Posts

  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In